ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପ୍ରବଳ ଧୂଳି, ପଥଚାରୀ ଅଣନିଃଶ୍ୱାସୀ

ଭୁବନେଶ୍ବର: ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ନୂଆପାଟଣାଠାରୁ କଖଡି ଦେଇ ଆଠଗଡ଼ ଦେଇ ଏହି କାର୍ଯ୍ୟ ଚାଲୁରହିଛି। ଠିକାଦାର ସଠିକ୍ ଢଙ୍ଗରେ ପାଣି ସିଞ୍ଚନ କରୁନଥିବାରୁ ଦହିସରାଠାରୁ ହରିପୁର ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଧୂଳି ଉଡ଼ିବା ଫଳରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ପଥଚାରୀ ଓ ଗାଡ଼ି ଚାଳକ। ଧୂଳିର ପରିମାଣ ଏତେ ଅଧିକ ଯେ ଆଗରେ ଆସୁଥିବା ଲୋକ ମଧ୍ୟ ଦେଖାଯାଉନାହାନ୍ତି। ଦୁର୍ଘଟଣାର ଶିକାର ହେବା ସହ ଶ୍ୱାସରୋଗରେ ଲୋକ ଆକ୍ରାନ୍ତ ହେବା ଜଳଜଳ ହୋଇ ଦେଖାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ କଥା ନ କହିଲେ ଭଲ। ସେମାନଙ୍କ ଖାଇବା ବାସନ, ଛାତଉପର ଓ ଶାଗ ପନିପରିବା ଫସଲରେ ମଧ୍ୟ ଧୂଳି ମୋଟା ଆକାରର ଆସ୍ତରଣ ପକାଇଦେଉଛି। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଥିଲେ ମଧ୍ୟ ରାସ୍ତା ଓ କୋଠାବାଡି ବିଭାଗ ଯନ୍ତ୍ରୀଙ୍କ ନିଦ୍ରା ନ ଭାଙ୍ଗିବା ପଛରେ କାରଣ କଣ ବୋଲି ଠିକାଦାରଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ପଥଚାରୀଙ୍କ ସହ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।
Powered by Froala Editor