Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ...

  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ...

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

  • ଏପରି ସଜାନ୍ତୁ ରାକ୍ଷୀ ଥାଳି

  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ...

  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ...

  • ଯାହାର ଯେମିତି ଚଷମା, ସେମିତି ...

  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ...

ରାଜ୍ୟ
Home ›› ରାଜ୍ୟ ››୨୪ ଓ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା

୨୪ ଓ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା

2024-05-21 06:31:29
15018
Share:
Facebook
Twitter
E-Mail
WhatsApp
Telegram
୨୪ ଓ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର-ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଅଧିକ ଘନିଭୂତ ହୋଇ ୨୪ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଅବପାତ ଯୋଗୁଁ ୨୪ରେ ଜଗତସିଂହପୁର, କେନ୍ଦ୍ରାପଡା ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ୭ରୁ ୨୦ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ୭ରୁ ୧୧ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ଏବଂ କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି ବେଗରେ ପବନ ବହିପାରେ। ସମୁଦ୍ର ଅଶାନ୍ତ ଯୋଗୁଁ ୨୩ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କି.ମି ରହବ। ୨୪ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦କି.ମିକୁ ବଢ଼ିବ। ସ୍ଥଳବିଶେଷରେ ଝଟକା ପବନର ବେଗ ୭୦କି.ମି ରହିବା ସମ୍ଭାବନା ରହିଛି। ୨୩ତାରିଖ ପୂର୍ବରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବାଲେଶ୍ବର, ବାରିପଦା, କେନ୍ଦୁଝର, କୋରାପୁଟ, ଦାରିଙ୍ଗବାଡି, ଭଦ୍ରକ, ରାୟଗଡା ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅଧିକ ରହିଛି। ଝାରସୁଗୁଡାରେ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୦ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଉପକୂଳରେ ଅସହ୍ୟ ଗୁଳୁଗଳି ତଥା ଉଷ୍ମ-ଆର୍ଦ୍ର ପାଣିପାଗ ସ୍ଥିତି ଜାରି ରହିଛି। ଆଗାମୀ ୩ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ଯାଏଁ ତାତି ବଢ଼ିବା ସମ୍ଭାବନା ରହିଛି। ଏହି ସମୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଖୋର୍ଦ୍ଧାରେ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ନୂଆପଡା ୪୦.୪, ବୌଦ୍ଧ ୪୧, ବଲାଙ୍ଗିର ୪୧.୨, ଭବାନୀପାଟଣା ୪୦, ହୀରାକୁଦ ୪୧.୬, ସୁନ୍ଦରଗଡ ୪୧.୭, ସମ୍ବଲପୁର ୪୨, କେନ୍ଦୁଝର ୪୦, ଭୁବନେଶ୍ବର ୩୮.୮ ଏବଂ କଟକରେ ୩୮.୨ ଡିଗ୍ରୀ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ସମ୍ବଲପୁର, ସୁନ୍ଦରଗଡ କେନ୍ଦୁଝର, ବରଗଡ, ବୌଦ୍ଧ ଏବଂ ବଲାଙ୍ଗିରର କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଲାଗି ରହିବ। ନୂଆପଡାରେ ତାପମାତ୍ରା ୪୪ଡିଗ୍ରୀ ଟପିବା ସମ୍ଭାବନା ଥିବାବେଳେ ବୌଦ୍ଧରେ ୪୨ ଡିଗ୍ରୀ ଛୁଇଁପାରେ। ବରଗଡ, ସୁନ୍ଦରଗଡ, ରାଉରକେଲା, ଟିଟିଲାଗଡ ଏବଂ ସୁବର୍ଣ୍ଣପୁରରେ ପାରଦ ୪୦ରୁ ୪୧ ଡିଗ୍ରୀ ରହିବା ସମ୍ଭାବନା ରହିଛି। ଅପରାହ୍ଣରେ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Powered by Froala Editor

Tags Rain

Related articles Odisha News Lens 4.1

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ
    ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14805
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି
    ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14844
    Jul 30, 2025
  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ
    ଦେଶ-ଦେଶାନ୍ତର

    ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

    15406
    Jul 29, 2025
  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13693
    Jul 29, 2025
  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା
    ଦେଶ-ଦେଶାନ୍ତର

    ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା

    14447
    Jul 29, 2025
  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ
    ଦେଶ-ଦେଶାନ୍ତର

    ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

    15448
    Jul 29, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
    ଦେଶ-ଦେଶାନ୍ତର

    ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15134
    Jul 30, 2025
  • ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ
    ଦେଶ-ଦେଶାନ୍ତର

    ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ

    14848
    Jul 29, 2025
  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
    ଦେଶ-ଦେଶାନ୍ତର

    କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    13972
    Jul 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା

    14447
    Jul 29, 2025
  • ଦେଶ-ଦେଶାନ୍ତର

    ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15128
    Jul 30, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13693
    Jul 29, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16646
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16759
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17083
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15565
    Apr 03, 2021

ବିଶେଷ

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14805
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14844
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15808
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15778
    Jul 28, 2025
  • ପ୍ରତିଦିନ ସେବନ କରନ୍ତୁ ପିଜୁଳି ପତ୍ର

    14931
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14713
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14805
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14153
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14450
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13693
    Jul 29, 2025
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15128
    Jul 30, 2025
  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

    15406
    Jul 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In