ଆଜି ସଂଧ୍ୟାରେ ଆସିବେ ମୋଦୀ

ଭୁବନେଶ୍ବର:ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୁରୀରେ ତାଙ୍କର ଏକ ରୋଡ୍ ସୋ’ କାର୍ୟ୍ୟକ୍ରମ ରହିଛି।ଆଜି ପ୍ରଧାନମନ୍ତ୍ରୀ ସଂଧ୍ୟା ୬ଟାରେ ଭୁବନେଶ୍ବରରେ ପହଞ୍ଚିବେ। ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ରାଜଭବନରେ ରାତ୍ରୀଯାପନ କରିବେ। ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବେ। ପରେ ଏକ ରୋଡ୍ ସୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor