ସୌମ୍ୟରଞ୍ଜନ ପଟ୍ଟନାୟକ: ମୋଟ ସମ୍ପତ୍ତିର ପରିମାଣ ୧୨୨ କୋଟି ୮୬ ଲକ୍ଷ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ଥିବା ଜଣାଯାଇଛି । ତେବେ ବିଜେଡିରୁ ବହିଷ୍କୃତ ତଥା ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ବଡ଼ ଧନୀ ବୋଲି ଜଣାଯାଇଛି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୨୨ କୋଟି ୮୬ ଲକ୍ଷ ବୋଲି ଜଣାଯାଇଛି ।
ଚମ୍ପୁଆ ବିଜେଡି ବିଧାୟକ ସବୁଠୁ ଧନୀ ବୋଲି ସୂଚନା ମିଳିଛି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨୭କୋଟି ୬୭ ଲକ୍ଷ ।
ସେହିପରି ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତୁ୍ୟଷା ରାଜେଶ୍ୱରୀ ତୃତୀୟ ସର୍ବାଧିକ ଧନୀ ବିଧାୟକ ପ୍ରାର୍ଥୀ । ପ୍ରତୁ୍ୟଷା ରାଜେଶ୍ୱରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୨୦ କୋଟି ୫୬ ଲକ୍ଷ ବୋଲି ଜଣାଯାଇଛି ।
କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା ।
ସବୁଠାରୁ ବଡ଼ କଥା ହେଉଛି ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ୪ ଜଣ ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଓ ୨୮ ଜଣଙ୍କ ନାମରେ ମହିଳା ହିଂସା ମାମଲା ରହିଛି । ଏମିତି କି ଜଣେ ପ୍ରାର୍ଥୀଙ୍କ ନାମରେ ଦୁଷ୍କର୍ମ ମାମଲା ବି ରହିଛି । ମୋଟ ୩୮୧ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ଖଡ଼ି ବି ଛୁଇଁ ନାହାନ୍ତି । ୧୧ ଜଣ ପ୍ରାର୍ଥୀ ୫ମ ପାସ ହୋଇଥିବାବେଳେ ୮୬ ଜଣ ସ୍ନାତକ ଓ ୬ ଜଣ ଡକ୍ଟରେଟ କରିଛନ୍ତି ।
Powered by Froala Editor