ରାଜଧାନୀରେ ରୋଡ ଶୋ’ କରି ଭୋଟ୍ ଭିକ୍ଷା କଲେ ନଡ୍ଡା

ଭୁବନେଶ୍ୱର: ରାଜଧାନୀରେ ବିଶାଳ ରୋଡ ଶୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ରୋଡ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।
ରୋଡ ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଜେ.ପି ନଡ୍ଡା। ଓଡ଼ିଶାର ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଲୋକେ ମଧ୍ୟ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ସେ ଆହୁରି କହିଛନ୍ତି, ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ ବୋଲି ନଡ୍ଡା କହିଛନ୍ତି।
ଜେ.ପି ନଡ୍ଡାଙ୍କ ଏହି ବିଶାଳ ରୋଡ ଶୋ’ ମାଉସୀ ମା' ମନ୍ଦିରରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ୟ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍ ହୋଇଥିଲେ। ନଡ୍ଡାଙ୍କ ସହ ଏହି ରୋଡ ଶୋ’ରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂ ସାମିଲ ହୋଇଥିଲେ। ରୋଡ ଶୋ’ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ଜେ.ପି ନଡ୍ଡା ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେପିର କିଛି ଉପସ୍ଥିତ ଥିଲେ।
Powered by Froala Editor