ମା’କୁ ଗୁଳି, ପତ୍ନୀକୁ ହାତୁଡ଼ିରେ ଛେଚିଲା, ୩ ପିଲାଙ୍କୁ ଛାତରୁ ଠେଲି ନିଜେ ଆତ୍ମହତ୍ୟା କଲା ଯୁବକ
ଉତ୍ତରପ୍ରଦେଶର ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ଜୀବନ ହାରିଛନ୍ତି। ବ୍ୟକ୍ତି ଜଣକ ହେଲେ ଅନୁରାଗ ସିଂହ। ଯୁବକ ଜଣକ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା ପରେ, ମା’କୁ ଗୁଳି ମାରିଦେଲେ, ଏହାପରେ ସ୍ତ୍ରୀକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜକୁ ଗୁଳିମାରି ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ଅନୁରାଗ ସିଂହ ଗତ ରାତିରେ ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।
ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଯୁବକ ଜଣ ନିଶାସକ୍ତ ଥିବା ସହ ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା। ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor