ବିଜେଡିରେ ସାମିଲ ହେଲେ ଆଲେକଜାଣ୍ଡର
ଭୁବନେଶ୍ୱର: ବିଜେପି ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ବିଜେପି କୋରେଇରେ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିବା ପରେ ପ୍ରମୁଖ ଟିକେଟ୍ ଆଶାୟୀ ଆଲେକଜାଣ୍ଡର ଦାସଙ୍କ ସମର୍ଥକମାନେ ଆସି ଭୁବନେଶ୍ବର ପାର୍ଟି ଅଫିସରେ ହଙ୍ଗାମା କରିଥିଲେ। ତେବେ ଆକାଶଙ୍କୁ ଟିକେଟ୍ ମିଳିବା ପରେ ଆଲେକଜାଣ୍ଡର ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି। ଆଲେକଜାଣ୍ଡର ବିଜେଡିରେ ମିଶିବା ପରେ ଆକାଶଙ୍କ ପାଇଁ ସମସ୍ୟା ବଢିପାରେ ବୋଲି କୁହାଯାଉଛି।
କୋରେଇ ଆସନରୁ ବିଜେଡି ପକ୍ଷରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସାରାଣୀ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଆକାଶ ଦାସନାୟକଙ୍କୁ ଟିକେଟ୍ ମିଳିଛି। ତେବେ ୨ ଜଣଙ୍କ ମଧ୍ୟରେ କଡା ମୁକାବିଲା ହେବା ନେଇ ଜଣାପଡୁଛି।
Powered by Froala Editor