ଆପଣ ସମସ୍ତଙ୍କ ପରି ନିଜକୁ ଡ୍ୟାନ୍ସ କରୁଥିବାର ଦେଖି ଖୁସି ଲାଗିଲା
ଲୋକସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେହି ଭିଡିଓରେ ପ୍ରଧାନମନ୍ତ୍ରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏକ ବିରାଟ ସମାବେଶରେ ନାଚୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ଏହି ଭିଡିଓର ପ୍ରଶଂସା କରି କହିଛନ୍ତି ଯେ, ନିର୍ବାଚନ ସରଗରମ ମଧ୍ୟରେ ଏପରି ଭିଡିଓ ମୁହଁରେ ହସ ଫୁଟାଉଛି । ମୋଦି ଲେଖିଛନ୍ତି, ଆପଣ ସମସ୍ତଙ୍କ ପରି ମୁଁ ମଧ୍ୟ ନାଚୁଥିବାର ଦେଖି ମୋତେ ଭଲ ଲାଗିଲା। ନିର୍ବାଚନ ଋତୁରେ ଏପରି ସୃଜନଶୀଳତା ପ୍ରକୃତରେ ଏକ ଆନନ୍ଦଦାୟକ!
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଶେୟାର ହୋଇଥିବା ଭିଡିଓକୁ କୃଷ୍ଣ ନାମକ ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି , ମୁଁ ଏହି ଭିଡିଓ ପୋଷ୍ଟ କରୁଛି କାରଣ ମୁଁ ଜାଣେ ଯେ ‘ଡିକଟେଟର’ ମୋତେ ଏଥିପାଇଁ ଗିରଫ କରିବ ନାହିଁ।
ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ଏହି ଫେକ୍ ଭିଡିଓ ସେୟାର କରାଯିବାର କିଛି ଘଣ୍ଟା ମଧ୍ୟରେ ଆସିଲା । ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନାଚିବାର ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor