ନାମାଙ୍କନବେଳେ ୨ କଂଗ୍ରେସ ନେତା ଓ ସମର୍ଥକ ହାତାହାତି

ପୁରୀ: ନାମାଙ୍କନବେଳେ ପୁରୀରେ ୨ କଂଗ୍ରେସ ନେତା ଓ ସେମାନଙ୍କ ସମର୍ଥକ ହାତାହାତି ହୋଇଛନ୍ତି । ଉମାବଲ୍ଲଭ ରଥ ଓ ସୁଜିତ ମହାପାତ୍ର ହାତାହାତି ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀଭାବେ ସୁଜିତ ମହାପାତ୍ର ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିବାବେଳେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ପର ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ହୋଇଥିବା ସୂଚନା ମିଳିଛି । ଉପଜିଲ୍ଲାପାଳଙ୍କ ଅଫିସରେ ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି ।
ପ୍ରକାଶ ଯେ ଗତକାଲି କଂଗ୍ରେସ ପକ୍ଷରୁ ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିଲା । ଏହାରି ଭିତରେ ପୁରୀ ବିଧାନସଭା ଆସନ ରହିଥିଲା । ପୂର୍ବରୁ ଦଳ ସୁଜିତ ମହାପାତ୍ରଙ୍କୁ ଟିକେଟ ଦେଇଥିବାବେଳେ ଗତକାଲି ତାଙ୍କ ବଦଳରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା । ଏନେଇ ସୁଜିତଙ୍କ ସମର୍ଥକମାନେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଏପରିକି ଗତକାଲି ସନ୍ଧ୍ୟାରେ ଉମାଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ ମଧ୍ୟ କରିଥିଲେ ।
Powered by Froala Editor