ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି
ଅଶ୍ଳୀଳ ଭିଡିଓ ମାମଲାରେ ବଢ଼ିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି ହୋଇଛି। ଜେଡି(ଏସ୍) ଲୋକସଭା ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଗୁରୁବାର ତାଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି।
ଏଚ.ଡି ରେଭନ୍ନା ତାଙ୍କ କ୍ୟାବିନେଟରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ। ପ୍ରଜ୍ୱଳ ହେଉଛନ୍ତି ଏଚ.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା।
ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହି ମାମଲା ସାମ୍ନାକୁ ଆସିବା ପରେ କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, ରେଭାନ୍ନାଙ୍କୁ ଯଥାଶୀଘ୍ର ଘଟଣାର ତଦନ୍ତ କରୁଥିବା ଏସଆଇଟି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଯଦି ସେ ହାଜର ନ ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯାଇପାରେ। ପୂର୍ବରୁ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ତାଙ୍କୁ ସାତ ଦିନ ସମୟ ଦେବା ପାଇଁ ଏସ୍ଆଇଟି ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା।
Powered by Froala Editor