ଅନଲାଇନ ପାର୍ସଲ ଖୋଲୁ ଖୋଲୁ ବ୍ଲାଷ୍ଟ : ବାପ, ଝିଅ ମୃତ

ଗୁଜରାଟର ସାବରକଣ୍ଠାରେ ପାଟଣାଗଡର ପାର୍ସଲ ବ୍ଲାଷ୍ଟ ଘଟଣା ଭଳି ପୁନରାବୃତ୍ତି ଘଟିଛି । ପାର୍ସଲ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ବାପ-ଝିଅ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ଅନଲାଇନ୍ ମାଧ୍ୟମରେ ଆସିଥିବା ପାର୍ସଲ ଖୋଲିବା ସମୟରେ ବିସ୍ଫୋରଣ ହୋଇଥିଲା।
ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର ଛାଓ୍ୱନି ଗାଁ। ଏଠାକାର ଜୀତେନ୍ଦ୍ରଭାଇ ହୀରାଭାଇ ବଞ୍ଜାରାଙ୍କ ନାଁରେ ଅନ୍ଲାଇନ୍ରେ ଏକ ପାର୍ସଲ ଆସିଥିଲା। ସେ ଅନ୍ଲାଇନ୍ରୁ କିଛି ଦିନ ପୂର୍ବେ ଏକ ଥିଏଟର୍ ସାଉଣ୍ଡ ସିଷ୍ଟମ୍ ଅର୍ଡର କରିଥିଲେ। ତେବେ ଏହି ପାର୍ସଲକୁ ଖୋଲିବା ପରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ଜୀତେନ୍ଦ୍ରଭାଇ ବଞ୍ଜାରାଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ତାଙ୍କ ୧୪ ବର୍ଷୀୟ ଝିଅର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଛି।
ନିକଟରେ ଥିବା ତାଙ୍କର ଆଉ ଦୁଇଜଣ ଝିଅ ( ୯ ବର୍ଷ, ୧୦ ବର୍ଷ ) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି । ଘଟଣା ସମ୍ପର୍କରେ ଖବର ପାଇ ଡିୱାଇଏସପି ଓ ଜିଲ୍ଲା ଏଲସିବି ସମେତ ୱାଡାଲି ପୁଲିସର ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
Powered by Froala Editor