ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ବିଜେତା ହେଲେ ୬୦ବର୍ଷ ବର୍ଷୀୟା ଏଲେଜାନ୍ଦ୍ରା

ସଫଳ ହେବା ପାଇଁ ବୟସ ମାନଦଣ୍ଡ ନୁହେଁ । ଇଚ୍ଛା ଥିଲେ ଯେକୌଣସି ବୟସରେ ବି ସଫଳ ହୋଇପାରିବେ । ଯାହାର ଉଦାହରଣ ହେଉଛନ୍ତି ଆର୍ଜେଟିଂନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ । ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ୨୦୨୪ ବିଜେତା ହୋଇଛନ୍ତି ୬୦ବର୍ଷ ବର୍ଷୀୟା ଏଲେଜାନ୍ଦ୍ରା ।
ପେଶାରେ ରୋଡ୍ରିଗଜ ଜଣେ ଓକିଲ ଓ ସାମ୍ବାଦିକ । ଟାଇଟେଲ ଜିତି କେବଳ ସେ ଆର୍ଜେଟିଂନାକୁ ବିଶ୍ୱ ଦରବାରରେ ନୂଆ ପରିଚୟ ଦେଇ ନାହାଁନ୍ତି ବଂର ଯୁବବର୍ଗଠୁ ବୃଦ୍ଧଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଆଗକୁ ମିସ ୟୁନିଭର୍ସ ଆର୍ଜେଟିଂନାରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଯଦି ଏଥିରେ ସଫଳ ହୁଅନ୍ତି ତେବେ ସେପ୍ଟେମ୍ବର ୨୮ରେ ହେବାକୁ ଥିବା ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବୟସସୀମା ଥିଲା ୧୮ରୁ ୨୮ । ଗତବର୍ଷ ଠୁ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ବୟସସୀମା ହଟାଯାଇଛି । ତେଣୁ ସେ ଏହି ପ୍ରତିଯୋଗିତାରେ ଭାଗ ଦେଇଥିଲେ । ସେ କହିଛନ୍ତି ଯେ, ଏପରି ନିଷ୍ପତ୍ତି ଯୋଗୁଁ ସେ ନିଜ ସ୍ୱପ୍ନ ସାକାର କରିପାରିଛନ୍ତି । ତାଙ୍କ ଚେଷ୍ଟା ଆଗକୁ ଜାରି ରହିବ ।
Powered by Froala Editor