ତାତିରେ ରେକର୍ଡ କରୁଛି ରାଜଧାନୀ ଭୁବନେଶ୍ୱର
ଭୁବନେଶ୍ୱର: ଆଉ ସହି ହେଉନି ତାତି । ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜଧାନୀବାସୀ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱର ତାତିରେ ରେକର୍ଡ କରୁଛି । ବିଗତ କିଛି ଦିନ ଭଳି ଆଜି ମଧ୍ୟ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଆସନ୍ତାକାଲିଠୁ ଜାରି ରହିବ ହିଟ୍ଓ୍ବେଭ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟକୁ ପଶ୍ଚିମ -ଉତ୍ତର- ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ପ୍ରବେଶ କରୁଛି । ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ୪୦ରୁ ଖସୁନି ତାପମାତ୍ରା, ଆସନ୍ତାକାଲିଠୁ ପୁଣି ହିଟ୍ଓ୍ବେଭ ନେଇ ସତର୍କ କଲା ପାଣିପାଗ ବିଭାଗ । ଖରା ଓ ଝାଞ୍ଜି ପବନ କରିବ କଲବଲ। କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଗକୁ ସାଂଘାତିକ ହେବ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି ।
Powered by Froala Editor