ତାତି କମିଲେ ବି କଲବଲ କରିବ ଗୁଳୁଗୁଳି
ଭୁବନେଶ୍ଵର: ଆଜି ତାତି କମିଲେ ବି କଲବଲ କରିବ ଗରମ ଓ ଗୁଳୁଗୁଳି। ଆଜି ଓ ଆସନ୍ତାକାଲି ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଆଦ୍ରତା ଅଧିକ ଥିବାରୁ ବିଶେଷ କରି ଉପକୂଳ ଏବଂ ତା ଆଖପାଖ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ୨୫ ତାରିଖରୁ ପୁଣି ଥରେ ତାପମାତ୍ରା ବଢିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସୋମବାର ପ୍ରଚଣ୍ଡ ଖରାରେ ସିଝିଥିଲା ସାରା ଓଡିଶା। ୪୩.୮ ହିଗ୍ରୀ ସହ ରାଜଧାନୀ ଭୁବନେଶ୍ଵର ଥିଲା ସବୁଠୁ ଉତ୍ତପ୍ତ ସହର। ତାସହ ୧୭ ସହରରେ ୪୦ ଡିଗ୍ରୀ କିମ୍ବା ତାଠାରୁ ଉପରେ ପାରଦ ରହିଥିଲା।
Powered by Froala Editor