ଜେଲରୁ ମୁକୁଳିଲେ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ
ଦୀର୍ଘ ୬ ମାସ ପରେ ଝାରପଡ଼ା ଜେଲରୁ ମୁକୁଳିଲେ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଗତ ନଭେମ୍ବର ୨୭ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଗୁରୁବାର ତୃତୀୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ। ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ। ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍ରୁ ବାହାରିଛନ୍ତି ଅଭୟ ପାଠକ।
ସୂଚନାଯୋଗ୍ୟ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । କ୍ରମେ ଏହି ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିଲା । ଯେଉଁ କାରଣରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲରେ ଥିଲେ । ଗତ କିଛି ଦିନ ତଳେ ସେ ମଧ୍ୟ ଜେଲରୁ ମୁକୁଳିଛନ୍ତି ।
Powered by Froala Editor