କୁନି ଅତିଥିକୁ ସ୍ୱାଗତ ପାଇଁ ବେବି ସାୱାର ପାର୍ଟି ଦେଲେ ବରୁଣ ଓ ନତାଶା

ବରୁଣ ଧୱନ ଏବେ ଖୁସିରେ ଝୁମୁଛନ୍ତି । ଆଗାମୀ ଫିଲ୍ମ ପାଇଁ ନୁହେଁ । ବରଂ ତାଙ୍କ ଘରକୁ ଆସିବାକୁ ଥିବା କୁନି ଅତିଥି ପାଇଁ । କାରଣ ବରୁଣ ଧୱନ ଏବଂ ନତାଶା ଦଲାଲ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଦମ୍ପତିଙ୍କ ବିବାହ ହେବାର ତିନି ବର୍ଷ ବିତିଗଲାଣି ଏବଂ ବର୍ତ୍ତମାନ ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି କପଲ ଏକ ବେବି ସାୱାର ପାର୍ଟି ମଧ୍ୟ ଆୟୋଜନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବରୁଣ କ୍ୟାପସନରେ ଲେଖିଥିଲେ, "ଆମେ ପ୍ରେଗ୍ନେଣ୍ଟ ଅଛୁ । ଆପଣଙ୍କର ସମସ୍ତ ଆଶୀର୍ବାଦ ଏବଂ ପ୍ରେମ ଦରକାର ।" ଏହାପରେ ଏହି କପଲ ୨୧ ଏପ୍ରିଲରେ ବେବି ସାୱାର ହୋଷ୍ଟ କରିଥିଲେ ।
୨୪ ଜାନୁୟାରୀ ୨୦୨୧ ରେ ବରୁଣ ଧୱନ ଏବଂ ନତାଶା ଦଲାଲ ବିବାହ କରିଥିଲେ । ଫେବୃଆରୀ ୧୮ ରେ, ବରୁଣ ଧୱନ ନତାଶାଙ୍କ ସହ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ ଯେ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ଅଭିନେତା ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ବେବିବମ୍ପକୁ କିସ୍ କରୁଥିବାର ଏକ ଫଟୋ ପୋଷ୍ଟ କରିଥିଲେ । ଏହାପରେ ଏହି କପଲ ୨୧ ଏପ୍ରିଲରେ ବେବି ସାୱାର ସେଲିବ୍ରେଟ କରିଛନ୍ତି ।
Powered by Froala Editor