ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ: ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ରୋଗୀଙ୍କ ତଥ୍ୟ ଯାଞ୍ଚ୍ ହେବ
ଦେଶରେ ଚାଲିଥିବା ବେଆଇନ ଅଙ୍ଗ ପ୍ରତିରୋପଣ ମାମଲା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବେଆଇନ ଭାବେ ଅଙ୍ଗ ପ୍ରତିରୋପଣ କରୁଥିବା କିମ୍ବା ଅଙ୍ଗ ପ୍ରତିରୋପଣ ପାଇଁ କରାଯାଇଥିବା ଆଇନର ଉଲ୍ଲଂଘନ କରୁଥିବା ଡାକ୍ତରଖାନାର ଲାଇସେନ୍ସ ବାତିଲ କରାଯିବା ଉଚିତ। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି।
ଏହି ଚିଠିରେ ଡକ୍ଟର ଗୋୟଲ କହିଛନ୍ତି ଯେ ଭାରତକୁ ଆସୁଥିବା ଏବଂ ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ଦେଶର ନାଗରିକ ତଥା ବିଦେଶୀ ରୋଗୀଙ୍କର ତଥ୍ୟ ଯାଞ୍ଚ୍ ହେବ। ରାଜ୍ୟମାନଙ୍କୁ ଦିଆଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛନ୍ତି ଥୋଟା ଆକ୍ଟ ୧୯୯୪ ଅନୁଯାୟୀ, ଦାୟୀ ଏଜେନ୍ସିଗୁଡିକ ମାଧ୍ୟମରେ, ଯେଉଁମାନେ ଭାରତ ଆସିଛନ୍ତି ଏବଂ ଅଙ୍ଗ ଦାନ କିମ୍ବା ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ସେମାନଙ୍କର ଟ୍ରାନ୍ସପ୍ଲାଣ୍ଟ ଅନୁସନ୍ଧାନ ସେହି ସମସ୍ତ ଡାକ୍ତରଖାନାରେ କରାଯିବା ଉଚିତ୍।
ହରିୟାଣା ଏବଂ ରାଜସ୍ଥାନରେ ବେଆଇନ ଅଙ୍ଗ ପ୍ରତିରୋପଣ ରାକେଟ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଆଦେଶ ସାମ୍ନାକୁ ଆସିଛି। ଯେଉଁଥିରେ ବାଂଲାଦେଶର ଲୋକମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ପତ୍ରରେ ଡକ୍ଟର ଗୋୟଲ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯଦି ଆଇନ ଉଲ୍ଲଂଘନ କରାଯାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
Powered by Froala Editor