କିଛି ମାସ ପୂର୍ବରୁ ବାପାଙ୍କୁ ହରାଇଥିଲେ ପଙ୍କଜ, ଦୁର୍ଘଟଣାରେ ଭିଣୋଇଙ୍କ ମୃତ୍ୟୁ

ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଏବଂ ଭିଣୋଇ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ପଙ୍କଜଙ୍କ ଭିଣୋଇ ରାଜେଶ ତିୱାରୀଙ୍କର ମୃତ୍ୟୁ ହୋଇଥିବାବେଳେ ପଙ୍କଜଙ୍କ ଭଉଣୀ ସରିତା ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ନିରସା ଠାରେ ଏହି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାଜେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ସମୟରେ ସରିତାଙ୍କୁ ଗୁରୁତର ଅବସ୍ଥାରେ ଧନବାଡ ମେଡିକାଲ କଲେଜକୁ ନିଆଯାଇଛି ।
ରାଜେଶ ତିୱାରୀ ଜଣେ ରେଳ କର୍ମଚାରୀ ଏବଂ ଚିତ୍ତରଂଜନ ଷ୍ଟେସନରେ ତାଙ୍କର ପୋଷ୍ଟିଂ ହୋଇଥିଲା । ସେମାନେ ବିହାରର ଏକ ଗାଁରୁ ଫେରୁଥିଲେ । ଏହି ସମୟ ମଧ୍ୟରେ ସେ ଜିଟି ରୋଡରେ ଧନବାଡର ନିରସା ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ଅଗଷ୍ଟ ୨୦୨୩ ରେ ପଙ୍କଜ କିଛି ମାସ ପୂର୍ବରୁ ତାଙ୍କ ପିତାଙ୍କୁ ହରାଇଥିଲେ ।
Powered by Froala Editor