ଗୁଜୁରାଟରୁ ‘ବାସୁକୀ’ର ଜୀବାଶ୍ମ ଠାବ, ଡାଇନୋସରଠୁ ବଡ଼ ଥିଲା ଏହି ସାପ
ଗୁଜୁରାଟରୁ ବିଶାଳ ବାସୁକୀ ଇଣ୍ଡିକସ୍ ନାମକ ସାପର ଜୀବାଶ୍ମ ଠାବ ହୋଇଛି । ଏହି ସାପ ବିଶାଳକାୟ ଡାଇନୋସନର ଠାରୁ ମଧ୍ୟ ବଡ଼। ଆଇଆଇଟି ରୁର୍କିର ପ୍ରଫେସର ସୁନୀଲ ବାଜପେୟୀ ଓ ପ୍ରଫେସର ଦେବଜିତ ଦତ୍ତ ବିଲୁପ୍ତ ସାପର ଜୀବାସ୍ମକୁ ଗୁଜରାଟର କଚ୍ଚରୁ ଠାବ କରିଛନ୍ତି। କଚ୍ଚରେ ଥିବା ପାନନ୍ଦ୍ରା ଓ ଲିଗ୍ନାଇଟ୍ ଖଣିରୁ ଠାବ ହୋଇଥିବା ନମୁନାକୁ ଯାଞ୍ଚ କରାଯାଇଥିଲା।
୨୦୦୫ରୁ ଏହାକୁ ଠାବ କରାଯାଇଥିବା ବେଳେ ଏବେ ଏହା ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି। ଗବେଷକ ଦାବି କରିଛନ୍ତି, ଏହି ପ୍ରଜାତିର ସାପ ୪.୭ କୋଟି ବର୍ଷ ପୂର୍ବେ ଗୁଜରାଟରେ ରହୁଥିଲେ। ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର। ଏହା ବିଲୁପ୍ତ ହୋଇସାରିଥିବା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି। କିନ୍ତୁ ବାସୁକି ଇଣ୍ଡିକସ୍ କେବଳ ଭାରତରେ ହିଁ ବସବାସ କରୁଥିଲେ।
ଗବେଷକମାନେ ସଂରକ୍ଷିତ ହୋଇ ରହିଥିବା ୨୭ଟି vertebrae ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। vertebraeର ଦୈର୍ଘ୍ୟ ୩୭.୫ ରୁ ୬୨.୭ ମିଲିମିଟର ଓ ମୋଟେଇ ୬୨.୪ରୁ ୧୧.୪ ମିଲିମିଟର ମଧ୍ୟରେ ହେବ। ବାସୁକି ଇଣ୍ଡିକସର ଶରୀର ସିଲିଣ୍ଡର ପରି। ବିଶାଳକାୟ ହୋଇଥିବାରୁ ଶିକାର କଲାବେଳେ ଏହା ଆନାକୋଣ୍ଡା ପରି ଅତ୍ୟନ୍ତ ମନ୍ଥର ବେଗରେ ଆଗକୁ ବଢ଼େ।
ହିନ୍ଦୁ ଦେବତା ଶିବଙ୍କ ବେକରେ ସାଧାରଣତଃ ସାପ ଗୁଡ଼ାଇ ହୋଇ ରହିଥାଆନ୍ତି। ତେଣୁ ଏହି ପ୍ରଜାତିର ନାମ ବାସୁକି ଇଣ୍ଡିକସ୍ ରଖାଯାଇଛି।
Powered by Froala Editor