ବିମାନବନ୍ଦରରେ ଭିଡିଓ ସୁଟିଂ କରି ୟୁଟ୍ୟୁବର ଗିରଫ
ବେଙ୍ଗାଲୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନରେ ଜଣେ ଯୁବକ ପଶି ଭିଡିଓ ସୁଟିଂ କରୁଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଛି । ୨୩ ବର୍ଷୀୟ ଯୁବକ ଜଣକ ଜଣେ ୟୁଟ୍ୟୁବର ।
ବେଙ୍ଗାଲୁରୁର ୟେଲାହାଙ୍କର ନିବାସୀ ବିକାଶ ଗୌଡ଼ ଏପ୍ରିଲ ୭ ତାରିଖ ରାତି ୧୨ଟାରେ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନର ଟିକେଟ ନେଇ ବିମାନବନ୍ଦରରେ ପ୍ରବେଶ କରିଥିଲେ। ବିକାଶ ବିମାନବନ୍ଦର ଭିତରେ ଗୋଟାଏ ଦିନ ରହିଥିଲେ ବୋଲି ମିଛରେ ଭିଡିଓରେ କହୁଥିଲେ। ସେ ବିମାନବନ୍ଦରରେ ପ୍ରବେଶ କରି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ -୨ ରେ ସୁରକ୍ଷା ଯାଞ୍ଚ ପରେ ବୋର୍ଡିଂ ଲାଉଞ୍ଜ ଆଡକୁ ଗଲେ। କିନ୍ତୁ ବିମାନରେ ବସିବା ପରିବର୍ତ୍ତେ ବିମାନବନ୍ଦର ପରିସରରେ ବୁଲୁଥିଲେ ଏବଂ ବିମାନ ବନ୍ଦରରେ ୬ ଘଣ୍ଟା ବିତାଇଥିଲେ ବୋଲି କହୁଥିଲେ। ଏହି କାରଣଙ୍କୁ ତାଙ୍କୁ ଗିରଫ କରାଯାଇଛି।
ପୁଲିସର ସୂଚନାନୁସାରେ, ସେ “ଜାଣିଶୁଣି” ବିମାନରେ ଚଢ଼ିନଥିଲେ। ଏପ୍ରିଲ୍ ୧୨ ତାରିଖରେ, ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ପାଖାପାଖି ୧.୧୩ ଲକ୍ଷ ସବ୍ସ୍କ୍ରାଇବର୍ ଅଛନ୍ତି। ବିକାଶ ମିଥ୍ୟା ଦାବି କରିଥିଲେ ଯେ ସେ ବିମାନବନ୍ଦରରେ ଦିନସାରା କଟାଇଛନ୍ତି। ପରେ ଭିଡିଓକୁ ସେ ଡିଲିଟ୍ କରି ଦେଇଥିଲେ। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କହିଛି ।
Powered by Froala Editor