କେଜ୍ରିୱାଲଙ୍କୁ ଜେଲ୍ରେ ମାରିଦେବାକୁ ଷଡଯନ୍ତ୍ର ଚାଲିଛି
ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି। ଆପ୍ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ କହିଛନ୍ତି, ବିଗତ କିଛି ଦିନ ହେଲାଣି କେଜ୍ରିୱାଲଙ୍କ ରକ୍ତ ସର୍କରା ୩୦୦ରୁ ଉପରେ ରହିଛି। ସେ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତାଙ୍କୁ ତିହାର ଜେଲ କର୍ତ୍ତୃପକ୍ଷ ଦେଉ ନାହାନ୍ତି।
୩୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡ଼ଯନ୍ତ୍ର ଚାଲିଛି? କ’ଣ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ମାରି ଦେବାକୁ ଚାହୁଁଛନ୍ତି? ଆତିଶୀ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ୩୦ ବର୍ଷ ହେବ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି। ସେ ପ୍ରତିଦିନ ୫୪ ୟୁନିଟ୍ ଇନସୁଲିନ ନେଉଛନ୍ତି ।
କୋର୍ଟ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଇଡି ଏବଂ ବିଜେପି ସେମାନଙ୍କ ଘରେ ତିଆରି ଖାଦ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି। ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିବା ପାଇଁ ଏହାର ସଂସ୍ଥା ଇଡିକୁ ବ୍ୟବହାର କରୁଛି ବୋଲି ଆତିଶୀ କହିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ କେଜ୍ରିଓ୍ଵାଲଙ୍କ ଆବେଦନର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ସେ ମଧୁମେହ ରୋଗରେ ପୀଡ଼ିତ ଏବଂ ଡାକ୍ତରୀ କାରଣରୁ ଜାମିନ ପାଇଁ ଜାଣିଶୁଣି ଘରେ ରନ୍ଧା ଖାଦ୍ୟ ଏବଂ ମିଠା ଖାଉଛନ୍ତି।
Powered by Froala Editor