କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ହୋଇଛି ଏକ ବଡ ଘୋଷଣା। ବଲାଙ୍ଗୀରର କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି। ସମ୍ବଲପୁର ଓ ରେଢାଖୋଲ ପ୍ରାର୍ଥୀ ପରିବର୍ତ୍ତନ ହୋଇଛି। ଏହାସହ ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଛନ୍ତି।
Powered by Froala Editor