ବଦଳିଯାଇଛି ଲୁକ୍, ଫିଲ୍ମ ଶ୍ରୀକାନ୍ତ ପାଇଁ ସର୍ଜରୀ କରିଛନ୍ତି କି ରାଜକୁମାର?

ଏବେ ଅଭିନେତା ଓ ଅଭିନେତ୍ରୀ ପ୍ରାୟ ବାୟୋପିକ୍ ଫିଲ୍ମ କରିବାକୁ ପସନ୍ଦ କରୁଛନ୍ତି । ରିୟଲ ଲାଇଫ ଷ୍ଟୋରୀ ଦେଖିବାକୁ ଦର୍ଶକ ବି ମନେଇ ରହୁଛନ୍ତି । ତେଣୁ ଫିଲ୍ମକୁ ରିୟଲ ଟଚ୍ ଦେବାକୁ ସେଭଳି ଲୁକ୍ ମଧ୍ୟ କରୁଛନ୍ତି । କିନ୍ତୁ ରାଜକୁମାର ରାଓ ତାଙ୍କ ଆଗାମୀ ଫିଲ୍ମ ଶ୍ରୀକାନ୍ତ ପାଇ ନିଜ ଲୁକ୍ ଚେଞ୍ଜ କରି ଫସିଛନ୍ତି । ସେ ଅଜବ ଦେଖାଯାଉଛନ୍ତି ବୋଲି ଫ୍ୟାନ୍ସ କହିଛନ୍ତି ।
ନିକଟରେ ଯେତେବେଳେ ରାଜକୁମାର ରାଓ ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ପହଞ୍ଚିଥିଲେ, ସେତେବେଳେ ଅଭିନେତାଙ୍କ ଚେହେରା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବାସ୍ତବରେ, ଦିଲଜିତ ଦୋସାଞ୍ଜଙ୍କ କନସର୍ଟରୁ ଭାଇରାଲ ହେଉଥିବା ଫଟୋଗୁଡ଼ିକରେ ରାଜକୁମାରଙ୍କୁ ଆଦୌ ଚିହ୍ନି ହେଉନାହିଁ ।
ରାଜକୁମାର ରାଓଙ୍କ ଏହି ଲୁକ୍ ଦେଖି ଅନେକ ତାଙ୍କୁ 'ଫାଇଟର୍' ଫିଲ୍ମର ଭିଲେନ୍ ଋଷଭ ସାହନିଙ୍କ ସହିତ ମଧ୍ୟ ତୁଳନା କରିଛନ୍ତି । ରାଜକୁମାର ରାଓଙ୍କ ଏହି ଫଟୋ ଟ୍ୱିଟର ଠାରୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ନେଟେନିଜେନ୍ସ ଦାବି କରୁଛନ୍ତି ଯେ ଅଭିନେତା ଚିନ୍ ସର୍ଜରୀ କରିଛନ୍ତି ।
ରାଜକୁମାର ରାଓ ଶୀଘ୍ର ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ୍ ଫିଲ୍ମ 'ଶ୍ରୀକାନ୍ତ'ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଜ୍ୟୋତିକା ନଜର ଆସିବେ ।
Powered by Froala Editor