ଆନିମଲ ପ୍ରିଣ୍ଟ୍ ଡିଜାଇନର୍ ରୋବର୍ଟୋ କ୍ୟାଭଲୀଙ୍କ ଦେହାନ୍ତ
୮୩ ବର୍ଷ ବୟସରେ ଫେମସ୍ ଫ୍ୟାଶନ ଡିଜାଇନର୍ ରୋର୍ବେଟୋ କ୍ୟାଭଲ୍ଲିଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ଟିମ୍ ସୋଶାଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି।
ରୋବର୍ଟୋ କ୍ୟାଭଲୀଙ୍କ ମ୍ୟାନେଜର ସର୍ଜିଓ ଆଜଜୋଲାରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ରୋବର୍ଟୋ କ୍ୟାଭଲୀ କମ୍ପାନୀ ଶ୍ରୀ କାଭାଲୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି, ଆଜି ଆମର ପ୍ରିୟ କ୍ୟାଭଲୀ ଦୁନିଆକୁ ବିଦାୟ ଦେଇଛନ୍ତି, କିନ୍ତୁ ସେ ସବୁବେଳେ ଆମ ସ୍ମୃତିରେ ରହିବେ, ତାଙ୍କ ସହିତ କାମ କରିବା ମୋ ପାଇଁ ଗୌରବର ବିଷୟ ।
ଇଟାଲିଅନ୍ ଫ୍ୟାଶନ ଡିଜାଇନର୍ ରୋର୍ବେଟୋ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ଅନେକ ସେଲେବ୍ରିଟି ଓ ଷ୍ଟାର୍ଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥିଲେ। ଆନିମଲ ପ୍ରିଣ୍ଟ ଡିଜାଇନ୍ ପାଇଁ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ଡିଜାଇନ୍ର ଡ୍ରେସ୍ ବ୍ରିଗିଟ୍ ବାର୍ଡୋଟ୍, ସୋଫିଆ ଲୋରେନ୍, କିମ୍ କରଡାସିୟାନ୍ ଏବଂ ଜେନିଫର୍ ଲୋପେଜ୍ ଏବଂ ଦୀପିକା ପାଦୁକୋନ୍, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଏବଂ କଙ୍ଗନାଙ୍କ ଭଳି ବଲିଉଡ ଷ୍ଟାରମାନେ ପିନ୍ଧିଛନ୍ତି ।
ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଫ୍ଲେରେନ୍ସ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Powered by Froala Editor