ପ୍ରଚାର କରିବାକୁ ଯାଇ କ୍ଷେତରେ ଗହମ କାଟିଲେ ହେମା

ଲୋକସଭା ନିର୍ବାଚନରେ ପ୍ରଚାର ସମୟରେ ପ୍ରାର୍ଥୀମାନେ ବିଭିନ୍ନ ଢଙ୍ଗରେ ଲୋକଙ୍କ ସହ ଯୋଡି ହେଉଛନ୍ତି। ବର୍ତ୍ତମାନ ବିଜେପି ସାଂସଦ ତଥା ମଥୁରା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେମା ମାଲିନୀ ନିକଟରେ ଉତ୍ତରପ୍ରଦେଶର ଏକ ଗହମ କ୍ଷେତ ବୁଲୁଥିବାର ନଜର ଆସିଛନ୍ତି। ଫଟୋରେ ତାଙ୍କୁ ଚାଷୀମାନଙ୍କ ସହ ମିଶି ଗହମ କାଟୁଥିବାର ଦେଖିବାକୁ ମିଳିଛି। କ୍ଷେତରେ କାମ କରୁଥିବା ମହିଳାମାନଙ୍କୁ କାମରେ ସାହାଯ୍ୟ କରିବାରୁ ଆରମ୍ଭ କରି ଫଟୋ ପାଇଁ ସେମାନଙ୍କ ସହିତ ପୋଜ୍ କରିବା ପର୍ଯ୍ୟନ୍ତ, ହେମା ମାଲିନି ଚାଷ ଜମିରେ ଅତ୍ୟନ୍ତ ଖୁସି ଥିବା ମନେ ହେଉଥିଲେ।
ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ । ଏକ୍ସ ଆକାଉଣ୍ଟ୍ରେ କିଛି ଫଟୋ ସେୟାର କରିଥିଲେ। ଫଟୋରେ ତାଙ୍କୁ ଚାଷୀମାନଙ୍କ ସହ ମିଶି ଗହମ କାଟୁଥିବାର ଦେଖିବାକୁ ମିଳିଛି।
ହେମା ମାଳିନୀ ଗୁରୁବାର ଦିନ ମଥୁରାର ବଲଦେବଙ୍କ ହୟତପୁର ଗ୍ରାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହି ସମୟ ମଧ୍ୟରେ ହେମା ଗହମ ଫସଲ ହେଉଥିବାର କ୍ଷେତରେ ନଜର ଆସିଥିଲେ। X ରେ ଫଟୋ ସେୟାର କରି ସେ ଲେଖିଛନ୍ତି ... ଆଜି ମୁଁ କ୍ଷେତକୁ ଯାଇଥିଲି ଯେଉଁ ଚାଷୀଙ୍କ ସହ ଗତ ୧୦ ବର୍ଷ ଧରି ମୁଁ ନିୟମିତ ସାକ୍ଷାତ କରୁଥିଲି । ସେମାନେ କହିଥିଲେ ଯେ ମୁଁ ତାଙ୍କ ସହ ପୋଜ୍ କରେ ଏବଂ ମୁଁ କରିଥିଲି ।
ହେମା ମାଳିନୀ ୨୦୧୪ରୁ ମଥୁରାରେ ଜିତି ଆସୁଛନ୍ତି । ସେଠାରେ ତାଙ୍କର ଲୋକପ୍ରିୟତା ରହିଛି । ସେଠିକାର ଲୋକଙ୍କ ପାଇଁ ସେ ବିକାଶମୂଳକ କାମ କରିଥିବାରୁ ଏଥର ମଧ୍ୟ ମଥୁରାରୁ ସେ ଜିତିବେ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor