ମେଘୁଆ ପାଗକୁ ଝିପଝିପ ବର୍ଷା, ୧୪ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ଵର: ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର , ନୂଆପଡା , ବୌଦ୍ଧ , ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲାର ଅନେକ ସ୍ଥାନରେ ଝିପଝିପ ବର୍ଷା ହେଉଛି। ଭୁବନେଶ୍ଵର ଏବଂ କଟକରେ ହାଳୁକା ବର୍ଷା ସହ ମେଘୁଆ ପାଗ ରହିଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ବିଜୁଳି ଓ ଘଡଘଡି ମାରୁଥିବାରୁ କିଛି ଘଣ୍ଟା ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି।
Powered by Froala Editor