ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲାରେ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଜାଣିଶୁଣି, ମନଇଚ୍ଛା ଓ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ନେଇ ଦୁହିଁଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ହିମା କୋଲି ଓ ଜଷ୍ଟିସ ଅସନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଏହି ସବୁ ଘଟଣାରେ ଦୋଷୀମାନେ ଦଣ୍ଡପାଇବା ଜରୁରୀ। ଆମକୁ କେହି ଦୃଷ୍ଟିହୀନ ବନାଇପାରିବେ ନାହିଁ।
ପତଞ୍ଜଳି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ- ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ। ଆୟୁସ୍ କିମ୍ବା ଆଲୋପାଥିକ ଔଷଧ ମଧ୍ଯରୁ କେଉଁଟିକୁ ବାଛିବେ ତାହା ଜଣେ ବ୍ଯକ୍ତିଙ୍କର ନିଜସ୍ବ ଇଚ୍ଛା। ଏନେଇ ଲୋକଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର। ପତଞ୍ଜଳି ଆୟୁର୍ବେଦ ଓ ଏହାର ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରିଷ୍ଣାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।
Powered by Froala Editor