'ହରେ କୃଷ୍ଣ ହରେ ରାମା' ଭଜନରେ ଝୁମିଲେ ହାର୍ଦ୍ଦିକ ଓ କ୍ରୁଣାଲ

ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରେ ସଂକୀର୍ତ୍ତନର ଆୟୋଜନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ହାର୍ଦ୍ଦିକ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା 'ହରେ କୃଷ୍ଣ ହରେ ରାମା' ଭଜନ ଗାଉଥିବାର ନଜର ଆସିଛନ୍ତି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
ସୂଚନାଯୋଗ୍ୟ, ୨୦୨୪ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ହୋଇନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିଲା । ଏହି ମ୍ୟାଚରେ ମୁମ୍ବାଇ ୬ ରନରେ ହାରିଥିଲା । ଏହାପରେ ଟିମ୍ ସିଜନର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିଥିଲା । ଏଥିରେ ମଧ୍ୟ ମୁମ୍ବାଇର ୩୧ ରନରେ ମ୍ୟାଚ ହାରିଥିଲା । ଏହାପରେ ତୃତୀୟ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓ୍ଵାଙ୍ଖଡେରେ ଘରୋଇ ପଡିଆରେ ଖେଳିଥିଲା । କିନ୍ତୁ ମୁମ୍ବାଇ ଏଥିରେ ମଧ୍ୟ ୬ ଓ୍ଵିକେଟରେ ପରାଜୟର ଶିକାର ହୋଇଥିଲା । ମୁମ୍ବାଇ ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ୧ ଟି ମ୍ୟାଚ ଜିତିଛି । ପଏଣ୍ଟ ଟେବୁଲରେ ୭ ନଂ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରେ ସଂକୀର୍ତ୍ତନର ଆୟୋଜନ କରିଛନ୍ତି । କ୍ରୁଣାଲ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଗ୍ରେଟଫୁଲ' କ୍ୟାପସନ ସହ ଭିଡିଓ ପୋଷ୍ଟ କରିଛନ୍ତି ।
Powered by Froala Editor