ସୋସିଆଲ ମିଡିଆରେ କେବଳ ଜଣଙ୍କୁ ଫଲୋ କରନ୍ତି ଅଲ୍ଲୁ

ସାଉଥର ଷ୍ଟାଇଲିସ୍ ଷ୍ଟାର୍ ଭାବରେ ପ୍ରସିଦ୍ଧ ଅଲୁଅର୍ଜୁନଙ୍କର ବହୁ ସଂଖ୍ୟାରେ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ୨୫.୩ ନିୟୁତ ଲୋକ ଅଲୁଅର୍ଜୁନଙ୍କୁ ଅନୁସରଣ କରନ୍ତି | କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁଷ୍ପା ଷ୍ଟାର କେବଳ ଜଣେ ବ୍ୟକ୍ତିଙ୍କୁ ଅନୁସରଣ କରନ୍ତି |
ସେହି ସ୍ୱତନ୍ତ୍ର ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ତାଙ୍କର ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀ । ଆମେରିକାରେ ଏକ ବିବାହ ଉତ୍ସବରେ ସ୍ନେହାଙ୍କୁ ପ୍ରଥମେ ଭେଟିଥିଲେ ଅଲ୍ଲୁ ଅର୍ଜ୍ଜୁନ । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ସ୍ନେହାଙ୍କ ସହିତ ପରିଚିତ କରାଇଥିଲେ । ପ୍ରଥମ ଦେଖାରେ ହିଁ ସ୍ନେହାଙ୍କ ପ୍ରେମରେ ପଡ଼ିଯାଇଥିଲେ ସେ । କିଛି ଦିନ ଧରି ଡେଟ୍ କରିବା ପରେ ୨୦୧୧ରେ ବିବାହ କରିଥିଲେ ଦୁହେଁ । ବିବାହ ପରେ ଅଲୁ ଅର୍ଜୁନ କେବଳ ଇନଷ୍ଟାରେ ତାଙ୍କ ପତ୍ନୀଙ୍କୁ ଅନୁସରଣ କରନ୍ତି | ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ କାହାକୁ ଅନୁସରଣ କରିନାହାଁନ୍ତି।
ଅଲୁଅର୍ଜୁନ ୨ ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି ଏବଂ ସେ କ୍ରମାଗତ ଭାବରେ ସଫଳତାର ପାହାଚ ଚଢୁଛନ୍ତି | ୨୦୦୩ ମସିହାରେ ସେ ‘ଗଙ୍ଗୋତ୍ରୀ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହା ପରେ ସେ ‘ରେସ୍’, ‘ଗୁରୁରାମ’, ‘ଜୁଲାଇ’ ଭଳି ଅନେକ ହିଟ ତେଲୁଗୁ ଚଳଚ୍ଚିତ୍ର ଦେଇଥିଲେ। ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଅଲୁଅର୍ଜୁନଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା।
Powered by Froala Editor