ଟଲିଉଡରେ ପାଦ ଦେବେ ଖିଲାଡି

ବଲିଉଡ ଓ ଟଲିଉଡ କଳାକାର ପ୍ରାୟତଃ ଉଭୟ ଇଣ୍ଡଷ୍ଟ୍ରୀରେ କମାଲ କରୁଛନ୍ତି । ବଡ ବଡ କଳାକାର ଯେମିତିକି ଶାହରୁଖ ଓ ରଣପୀର ମଧ୍ୟ ସାଉଥ ଆଡକୁ ଢଳେଇଛନ୍ତି । ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟ ସାଉଥ୍ ଇଣ୍ଡଷ୍ଟ୍ରୀରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଛି ।
'କନ୍ନପ୍ପା' ଫିଲ୍ମରେ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କୁ ଏକାଠି ଦେଖିବାକୁ ମିଳିବ। ମାଞ୍ଚୁ ବିଷ୍ଣୁଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ 'କନ୍ନପ୍ପା' ଅନ୍ୟତମ। 'କନ୍ନପ୍ପା'ର ଷ୍ଟାର୍କାଷ୍ଟ୍ରେ ପ୍ରଭାସ, ମୋହନ ବାବୁ, ମୋହନଲାଲ, ଶିବ ରାଜକୁମାର, ନୟନତାରା ଏବଂ ମଧୁବାଲା ସହିତ ଅନ୍ୟ କଳାକାରମାନେ ଅନ୍ତର୍ଭୁକ୍ତ। କନ୍ନପ୍ପା ଏକ ପୌରାଣିକ ମହାକାବ୍ୟ ଉପରେ ଆଧାରିତ ଏକ ଚଳଚ୍ଚିତ୍ର, ଯାହାକୁ ମୁକେଶ କୁମାର ସିଂହ ନିର୍ଦ୍ଦେଶନା ଦେବେ। ଫିଲ୍ମରେ ଶିବ ଭକ୍ତଙ୍କ କାହାଣୀ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପାରୁଚୁରୀ ଗୋପାଳ କୃଷ୍ଣ, ଥୋତା ପ୍ରସାଦ, ସାଇନାଥ ଥୋତାପାଲି ଏବଂ ସାଇ ମାଧବ ବୁରା ଲେଖିଛନ୍ତି। ଚଳଚ୍ଚିତ୍ରରେ ସାଉଥ୍ ତାରକା ବିଷ୍ଣୁ ମଞ୍ଚୁ କନପ୍ପା ଏବଂ ପ୍ରଭାସ ଭଗବାନ ଶିବଙ୍କ ଭୂମିକାରେ ଅଛନ୍ତି।
ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର 'ବଡେ ମିୟାଁ ଛୋଟେ ମିୟାଁ' ପରେ 'କନ୍ନପ୍ପା'ର ପ୍ରଡକ୍ସନରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି।
Powered by Froala Editor