“ମୁଁ ବିବାହ କରିବାକୁ ଚାହେଁ ଏବଂ ବାପା ହେବାକୁ ଚାହେଁ
ପୁଣିଥରେ ବିବାହ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା। ଏଥର ବିଜୟ ନିଜେ ତାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି। ସେ ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ବିଜୟ ତାମିଲନାଡୁରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦି ଫ୍ୟାମିଲି ଷ୍ଟାରର ପ୍ରମୋସନ କରୁଥିଲେ। ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ସେ ଖୁବ୍ ଶୀଘ୍ର ବିବାହ କରିବାର ପ୍ଲାନିଂ କରୁଛନ୍ତି କି? ବିଜୟ ଉତ୍ତରେ କହିଥିଲେ ଯେ ସେ ବିବାହ କରିବାକୁ ଏବଂ ପିତା ହେବାକୁ ଚାହୁଁଛନ୍ତି।
ବିଜୟ କହିଛନ୍ତି ଯେ, “ମୁଁ ବିବାହ କରିବାକୁ ଚାହେଁ ଏବଂ ବାପା ହେବାକୁ ଚାହେଁ। ଯେବେ ବି ବିବାହ କରିବି ତାହା ପ୍ରେମ ବିବାହ ହେବ ଏବଂ ମୋ ପରିବାର ଲୋକଙ୍କ ପସନ୍ଦରେ ହିଁ ହେବ। ଏବେ ମୋର କେବଳ ମୋ ପରିବାର ସହିତ ପ୍ରେମ ସମ୍ପର୍କ ରହିଛି।”
କୁହାଯାଉଛି ଯେ, ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଖୁବଶୀଘ୍ର ବିବାହ କରିବେ। ଚଳିତ ବର୍ଷ ଫେବୃଆରୀରେ ବିଜୟ ଏବଂ ରଶ୍ମିକାଙ୍କ ନିର୍ବନ୍ଧ କରିବା ନେଇ ଖବର ଭାଇରାଲ ହୋଇଥିଲା। ତା’ପରେ ବିଜୟ ଏହି ଗୁଜବରେ ପୁର୍ଣ୍ଣଚ୍ଛେଦ ପକାଇଥିଲେ । ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ବିଜୟ କହିଥିଲେ, "ମୁଁ ଫେବ୍ରୁଆରିରେ ନିର୍ବନ୍ଧ କିମ୍ବା ବିବାହ କରୁନାହିଁ। ଲାଗୁଛି ଯେମିତି ଗଣମାଧ୍ୟମ ପ୍ରତି ଦୁଇ ବର୍ଷରେ ମୋର ବିବାହ କରାଇବାକୁ ଚାହୁଁଛି। ମୁଁ ପ୍ରତିବର୍ଷ ଏହି ଗୁଜବ ଶୁଣୁଛି। ସେମାନେ ମୁଁ କେବେ ବିବାହ କରିବି ତାକୁ ଅପେକ୍ଷା କରି ରହିଛନ୍ତି।"
Powered by Froala Editor