ବଳଦେବଜୀଉ ମନ୍ଦିରରୁ ହୁଣ୍ଡି ତାଡି ଟଙ୍କା ନେଇଗଲେ ଦୃର୍ବୁତ୍ତ

କେନ୍ଦୁଝର : ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ମଧ୍ୟ ରାତ୍ରରେ ହୁଣ୍ଡି ତାଡି ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଇଗଲେ ଦୃର୍ବୁତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡି ଟଙ୍କା ସବୁ ନେଇଯାଇଥିବା ବେଲେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇଛନ୍ତି। ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିଲା। ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ୟ୍ୟ କରୁନଥିବା ଜଣାପଡିଛି। ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ମାନଙ୍କ ଅବହେଳା ଯୋଗୁଁ ହୁଣ୍ଡିରୁ ଚୋରି ହେବା ସହ ପୂର୍ବରୁ ମନ୍ଦିର ପରିସର ଭିତରୁ ଚନ୍ଦନ ଗଛ କାଟି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ଦିରର ପହଣ୍ଡିଆ ସେବକ।
Powered by Froala Editor