ସରିଲା ଦାମଙ୍କ ଶେଷକୃତ୍ୟ
ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ସମସ୍ତଙ୍କ ପ୍ରିୟ ତଥା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅନ୍ତ୍ୟେଷ୍ଟି କ୍ରିୟା । ପଞ୍ଚଭୂତରେ ଲୀନ ହୋଇଛି ଦାମଙ୍କ ପାର୍ଥିବ ଶରୀର । ମୁଖାଗ୍ନି ଦେଇଥିଲେ ପୁଅ ସମ୍ବିତ ରାଉତରାୟ । ଏହି ସମୟରେ ଭାବବିହ୍ୱଳ ହୋଇଥିଲା ପୁରା ପରିବେଶ । ନିଜ ପ୍ରିୟ ମଣିଷକୁ ବିଦାୟ ଦେବାବେଳେ ଳୁହରେ ଭିଜିଥିଲା ପରିବାରବର୍ଗ ତଥା ପ୍ରଶଂସକଙ୍କ ଆଖି ।
ଶୁକ୍ରବାର ୮୨ ବର୍ଷ ବୟସରେ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଥିଲା । ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥରର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୭ ମସିହାରୁ ୨୦୧୯ ମସିହା ପର୍ୟ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
Powered by Froala Editor