Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ହନୁମାନଙ୍କ ବିରୋଧରେ କହି ବିବାଦରେ ...

  • ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ...

  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ...

  • ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ...

  • ଗଣହତ୍ୟା ମାମଲାରେ ପୂର୍ବତନ ...

  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ...

  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ...

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

ରାଜନୀତି
Home ›› ରାଜନୀତି ››ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

2021-06-16 10:58:50
13950
Share:
Facebook
Twitter
E-Mail
WhatsApp
Telegram
ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

    ବିକ୍ରି ନହୋଇ ପଡ଼ି ରହିଥିବା ଲୁହା ପଥରକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକଗଣ 

    ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ବିଜେପି ବିଧାୟକ ମାନଙ୍କ ଦାବୀ 

    ପଡ଼ି ରହିଥିବା ଲୁହା ପଥର ବିକ୍ରି କରାଗଲେ ଓଡ଼ିଶାର ରାଜସ୍ୱ ବୃଦ୍ଧି ହେବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବ ଏବଂ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବ 

    ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ 

    ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ ବୋଲି ଖଣି ବିଭାଗ ପ୍ରମୁଖ ସଚିବ କାରଣ ଦର୍ଶାଇଥିଲେ 

    ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି 

    ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଲ ଖଣିଜ ପଦାର୍ଥରୁ ମିଳିଥିବା ରାଜସ୍ୱ ସାହାଯ୍ୟରେ କୋଭିଡ-୧୯ ମହାମାରୀ ସମୟରେ ବଡ ସହାୟତା ଦେଇପାରିବ

    ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତିଭୂମି ସଦୃଢ଼ ହେବ 


ଭୁବନେଶ୍ୱର : ରାଜ୍ୟର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟର ଖଣି ଅଞ୍ଚଳରେ ପଡ଼ି ରହି ବିକ୍ରି ହୋଇନଥିବା ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ନିୟୁତ ମେଟ୍ରିକ୍ ଟନ(ଏମଏମଟି)ର ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଜେପି ପକ୍ଷରୁ ଦାବୀ କରାଯାଇଛି । ଏ ପରିପ୍ରେକ୍ଷୀରେ ବିଜେପି ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ରାଜ୍ୟର ଖଣି ନିଲାମ କରାଯାଇଥିଲା । ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା । ଏହି ପଡ଼ି ରହିଥିବା ଖଣିଜ ଦ୍ରବ୍ୟ ମଧ୍ୟରୁ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି । ଯାହାର ଆନୁମାନିକ ମୂଲ୍ୟ ୧୦,୦୦୦ କୋଟି ଟଙ୍କା, ତାହା ନଭେମ୍ୱର .୨୦୨୦ ପର୍ଯ୍ୟନ୍ତ ମହଜୁଦ ଥିଲା । ଏମଏମଡିଆର ଆକ୍ଟର ନିୟମର ୧୨(ଏଏ) ଏବଂ ୧୨(ଐଐ) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ କରାଯାଇ ପାରି ନଥିଲା । ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆ ଗାଁ ଆଇରନ ଓର୍ ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡି ରହିଛି । 

ଶ୍ରୀ ମୋହନ ମାଝି କହିଛନ୍ତି ଯେ ଏହି ଖଣିର ଲିଜଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା । ମାତ୍ର ମାନ୍ୟବର କୋର୍ଟ ନିର୍ଦ୍ଦେଶନାମା ଜାରି କରି କହିଲେ ଯେ, ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟତାମୂଳକ ହେବ ବୋଲି ରାୟ ଦେଇଥିଲେ । ପରବର୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ । କାରଣ ଦର୍ଶାଇ ସେ କହିଥିଲେ, ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ । ତେଣୁ ଏମଏମଡିଆର ଆକ୍ଟ ଧାରା ୧୨(ଐଐ)ଅନୁସାରେ ୧ ନଭେମ୍ୱର,୨୦୨୦ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ । ଏହା ବିକ୍ରି କରାଗଲେ ରାଜ୍ୟକୁ ହିଁ ଲାଭ ହେବ । 

ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ମାତ୍ର ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏ ମାମଲାରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ଖଣିଜ ଦ୍ରବ୍ୟ ବିକ୍ରି ନହେବା କାରଣରୁ ବଜାରରେ ଲୁହା ପଥରର ଉପଲବ୍ଧତା କମ ହେଲାଣି । ଯାହା ପାଇଁ ଲୁହା ପଥରର ବଜାର ଦର ମଧ୍ୟ ବଢିଲାଣି । ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲେଭି ଓ ଟିକସ ବାବଦରେ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଯଦି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନଅନ୍ତି ଖଣିଜ ପଦାର୍ଥରୁ ମିଳିଥିବା ରାଜସ୍ୱ ସାହାଯ୍ୟରେ କୋଭିଡ-୧୯ ମହାମାରୀ ସମୟରେ ବଡ ସହାୟତା ଦେଇପାରିବ । ଏହି ରାଜସ୍ୱ ସ୍ୱାସ୍ଥ୍ୟ ଭିତିଭୂମିକୁ କୋଭିଡ୍ ମହାମାରୀ ସମୟରେ ସୁଦୃଢ଼ କରିବା ସହ ଶିଳ୍ପାୟନ ଜଗତର ମଧ୍ୟ ବିକାଶ କରାଇବ । ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତିଭୂମି ସଦୃଢ଼ ହେବ । 

ରାଜ୍ୟ ସରକାରଙ୍କ ତହବିଲକୁ ନଜରରେ ରଖିବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ପାଇଁ ରାଜ୍ୟ ସରକାର ପଡି ରହିଥିବା ଏହି ସବୁ ଲୁହା ପଥରକୁ ତୁରନ୍ତ ବିକ୍ରୟ କରନ୍ତୁ । ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବା ସହ ଏହାର ବିକ୍ରୟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପତ୍ର ଲେଖିଛୁ । 

ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ନିଜର କ୍ଷମତାକୁ ବ୍ୟବହାର କରି କରୋନା ମହାମାରୀ ସମୟରେ ନିଜର ରାଜକୋଷକୁ ସୁଦୃଢ଼ କରିବାର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଶ୍ରୀ ମୋହନ ମାଝି ଦାବୀ କରିଛନ୍ତି । ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝିଙ୍କ ସମେତ  ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଯଶୀପୁର ବିଧାୟକ ଇଂ.ଗଣେଷ ରାମ୍ ଖୁଂଟିଆ ପ୍ରମୁଖ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଉପସ୍ଥିତ ଥିଲେ ।



Powered by Froala Editor

Tags bjp odisha

Related articles Odisha News Lens 4.1

  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ
    ଦେଶ-ଦେଶାନ୍ତର

    ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14834
    Nov 18, 2025
  • ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ଗାନ୍ଧୀ ମୈଦାନରେ ଶପଥ ନେବେ ନୀତିଶ କୁମାର

    13806
    Nov 18, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ
    ମନୋରଞ୍ଜନ

    ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14631
    Nov 18, 2025
  •  ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14324
    Nov 18, 2025
  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15554
    Nov 18, 2025
  • ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି
    ଖେଳ ଖବର

    ସ୍ମୃତିଙ୍କୁ ବିବାହ କରିବେ ପଲାଶ, ୨୩ରେ ହାତଗଣ୍ଠି

    14001
    Nov 17, 2025
  • ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
    ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    14251
    Nov 17, 2025
  • ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର
    ମନୋରଞ୍ଜନ

    ତୁର୍କୀର ଝିଅଙ୍କୁ ବିବାହ କଲେ ମିଲିମିଟର

    15261
    Nov 17, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ
    ବିଶେଷ

    ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14264
    Nov 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15554
    Nov 18, 2025
  • ଦେଶ-ଦେଶାନ୍ତର

    ହିଡମା ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର

    13581
    Nov 18, 2025
  • ଦେଶ-ଦେଶାନ୍ତର

    ରାଷ୍ଟ୍ରପତିଙ୍କୁ ୨୦୨୬-୩୧ ଅବଧି ପାଇଁ ଷୋଡ଼ଶ ଅର୍ଥ ଆୟୋଗଙ୍କ ରିପୋର୍ଟ ପ୍ରଦାନ

    14324
    Nov 18, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16856
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16952
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17297
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15769
    Apr 03, 2021

ବିଶେଷ

  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14264
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16085
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15151
    Nov 15, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14427
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15286
    Nov 13, 2025

ବାଣିଜ୍ୟ

ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

ଭୁବନେଶ୍ୱର: ଚଳିତବର୍ଷ ମିଳିତ ଜାତିସଂଘ ଓ ବ୍ରାଜିଲ ସରକାରଙ୍କ ମିଳିତ ଆନୁକୂଲ୍ୟରେ ବେଲେମ୍ସ ସହରରେ ଅନୁଷ୍ଠିତ ହେଉଥିବା କପ୍‌ ୩୦ ସମ୍ମିଳନୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବ୍ରାଜିଲ ପ୍ରଥମ ମହିଳା ସମ୍ମାନନୀ ...

  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14722
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14313
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13959
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15028
    Oct 13, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗଣହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

    15554
    Nov 18, 2025
  • ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଜେଲ

    14834
    Nov 18, 2025
  • ହନୁମାନଙ୍କ ବିରୋଧରେ କହି ବିବାଦରେ ରାଜାମୌଳୀ

    14631
    Nov 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In