Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ...

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

ରାଜନୀତି
Home ›› ରାଜନୀତି ››ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

2021-06-16 10:58:50
14046
Share:
Facebook
Twitter
E-Mail
WhatsApp
Telegram
ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ଦାବି : ମୋହନ ମାଝି

    ବିକ୍ରି ନହୋଇ ପଡ଼ି ରହିଥିବା ଲୁହା ପଥରକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକଗଣ 

    ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ବିଜେପି ବିଧାୟକ ମାନଙ୍କ ଦାବୀ 

    ପଡ଼ି ରହିଥିବା ଲୁହା ପଥର ବିକ୍ରି କରାଗଲେ ଓଡ଼ିଶାର ରାଜସ୍ୱ ବୃଦ୍ଧି ହେବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବ ଏବଂ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବ 

    ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ 

    ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ ବୋଲି ଖଣି ବିଭାଗ ପ୍ରମୁଖ ସଚିବ କାରଣ ଦର୍ଶାଇଥିଲେ 

    ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି 

    ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଲ ଖଣିଜ ପଦାର୍ଥରୁ ମିଳିଥିବା ରାଜସ୍ୱ ସାହାଯ୍ୟରେ କୋଭିଡ-୧୯ ମହାମାରୀ ସମୟରେ ବଡ ସହାୟତା ଦେଇପାରିବ

    ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତିଭୂମି ସଦୃଢ଼ ହେବ 


ଭୁବନେଶ୍ୱର : ରାଜ୍ୟର କୋଭିଡ୍ ମହାମାରୀ ସମୟରେ ରାଜ୍ୟ ତଥା କେନ୍ଦ୍ର ଅର୍ଥନୀତିରେ ରାଜସ୍ୱ ବୃଦ୍ଧି, ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ସହ ସ୍ଥାନୀୟ ଅଂଚଳରେ ରୋଜଗାର ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟର ଖଣି ଅଞ୍ଚଳରେ ପଡ଼ି ରହି ବିକ୍ରି ହୋଇନଥିବା ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ନିୟୁତ ମେଟ୍ରିକ୍ ଟନ(ଏମଏମଟି)ର ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଜେପି ପକ୍ଷରୁ ଦାବୀ କରାଯାଇଛି । ଏ ପରିପ୍ରେକ୍ଷୀରେ ବିଜେପି ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଆସିବା ପୂର୍ବରୁ ମାର୍ଚ୍ଚ ୨୦୨୦ରେ ରାଜ୍ୟର ଖଣି ନିଲାମ କରାଯାଇଥିଲା । ଯାହାର ମୋଟ କ୍ଷମତା ୫୮ରୁ ୬୦ ନିୟୁତ ମେଟ୍ରିକ ଟନ ଆକଳନ କରାଯାଇଥିଲା । ଏହି ପଡ଼ି ରହିଥିବା ଖଣିଜ ଦ୍ରବ୍ୟ ମଧ୍ୟରୁ ୧୬.୫ ନିୟୁତ ମେଟ୍ରିକ ଟନ୍ ପଡ଼ି ରହିଛି । ଯାହାର ଆନୁମାନିକ ମୂଲ୍ୟ ୧୦,୦୦୦ କୋଟି ଟଙ୍କା, ତାହା ନଭେମ୍ୱର .୨୦୨୦ ପର୍ଯ୍ୟନ୍ତ ମହଜୁଦ ଥିଲା । ଏମଏମଡିଆର ଆକ୍ଟର ନିୟମର ୧୨(ଏଏ) ଏବଂ ୧୨(ଐଐ) ଅନୁସାରେ ୭ ମାସ ସମୟ ସୀମା ମଧ୍ୟରେ କରାଯାଇ ପାରି ନଥିଲା । ଏହି ୧୬.୫ ମିଲିୟନ ମେଟ୍ରିକ ଟନ ମଧ୍ୟରୁ କେବଳ କେନ୍ଦୁଝରର ନୂଆ ଗାଁ ଆଇରନ ଓର୍ ବ୍ଲକରେ ୮.୫ ମିଲିୟନ ଟନ ଖଣିଜ ଦ୍ରବ୍ୟ ପଡି ରହିଛି । 

ଶ୍ରୀ ମୋହନ ମାଝି କହିଛନ୍ତି ଯେ ଏହି ଖଣିର ଲିଜଧାରୀ ସମୟସୀମା ବୃଦ୍ଧି ପାଇଁ ଓଡ଼ିଶା ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲା । ମାତ୍ର ମାନ୍ୟବର କୋର୍ଟ ନିର୍ଦ୍ଦେଶନାମା ଜାରି କରି କହିଲେ ଯେ, ମାମଲାରେ ରାଜ୍ୟ ସରକାରଙ୍କର ଖଣି ବିଭାଗର ପ୍ରମୁଖ ସଚିବ ଘଟଣାର ପରୀକ୍ଷା କରି ନିର୍ଣ୍ଣୟ କରିବେ ଏବଂ ସବୁ ପକ୍ଷଙ୍କ ପାଇଁ ଏହାକୁ ମାନିବା ବାଧ୍ୟତାମୂଳକ ହେବ ବୋଲି ରାୟ ଦେଇଥିଲେ । ପରବର୍ତୀ ସମୟରେ ଖଣି ବିଭାଗ ପ୍ରମୁଖ ସଚିବ ଏହି ସମୟସୀମା ବୃଦ୍ଧି ଆବେଦନକୁ ଖାରଜ କରିଥିଲେ । କାରଣ ଦର୍ଶାଇ ସେ କହିଥିଲେ, ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ । ତେଣୁ ଏମଏମଡିଆର ଆକ୍ଟ ଧାରା ୧୨(ଐଐ)ଅନୁସାରେ ୧ ନଭେମ୍ୱର,୨୦୨୦ ସୁଦ୍ଧା ଉଠାଯାଇ ନଥିବା ୧୬.୫୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି । ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ । ଏହା ବିକ୍ରି କରାଗଲେ ରାଜ୍ୟକୁ ହିଁ ଲାଭ ହେବ । 

ଓଡ଼ିଶାର ଖଣିଜ ଦ୍ରବ୍ୟ ଓଡ଼ିଆ ଲୋକମାନଙ୍କର, ଏହାକୁ ଏଭଳି ଭାବେ ନଷ୍ଟ ନକରି ଠିକ୍ ଭାବରେ ଉପଯୋଗ କଲେ ଓଡ଼ିଆ ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ମାତ୍ର ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏ ମାମଲାରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ଏହି ଖଣିଜ ଦ୍ରବ୍ୟ ବିକ୍ରି ନହେବା କାରଣରୁ ବଜାରରେ ଲୁହା ପଥରର ଉପଲବ୍ଧତା କମ ହେଲାଣି । ଯାହା ପାଇଁ ଲୁହା ପଥରର ବଜାର ଦର ମଧ୍ୟ ବଢିଲାଣି । ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲେଭି ଓ ଟିକସ ବାବଦରେ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଯଦି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନଅନ୍ତି ଖଣିଜ ପଦାର୍ଥରୁ ମିଳିଥିବା ରାଜସ୍ୱ ସାହାଯ୍ୟରେ କୋଭିଡ-୧୯ ମହାମାରୀ ସମୟରେ ବଡ ସହାୟତା ଦେଇପାରିବ । ଏହି ରାଜସ୍ୱ ସ୍ୱାସ୍ଥ୍ୟ ଭିତିଭୂମିକୁ କୋଭିଡ୍ ମହାମାରୀ ସମୟରେ ସୁଦୃଢ଼ କରିବା ସହ ଶିଳ୍ପାୟନ ଜଗତର ମଧ୍ୟ ବିକାଶ କରାଇବ । ଏହି ଖଣିଜ ପଦାର୍ଥ ବିକ୍ରି ହେଲେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହ ଲୁହା ପଥରର ଉପଲବ୍ଧତା ବଢ଼ି ଏହାର ଦାମ କମିବା ସଙ୍ଗେସଙ୍ଗେ ପରିବହନ କ୍ଷେତ୍ରରେ ମଧ୍ୟ ରାଜସ୍ୱ ବୃଦ୍ଧି ହେବା ସହ ଭିତିଭୂମି ସଦୃଢ଼ ହେବ । 

ରାଜ୍ୟ ସରକାରଙ୍କ ତହବିଲକୁ ନଜରରେ ରଖିବା ସହ ଇସ୍ପାତ ଶିଳ୍ପରେ ପ୍ରତିଯୋଗିତାକୁ ସମତୁଲ ରଖିବା ପାଇଁ ରାଜ୍ୟ ସରକାର ପଡି ରହିଥିବା ଏହି ସବୁ ଲୁହା ପଥରକୁ ତୁରନ୍ତ ବିକ୍ରୟ କରନ୍ତୁ । ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବା ସହ ଏହାର ବିକ୍ରୟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପତ୍ର ଲେଖିଛୁ । 

ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ନିଜର କ୍ଷମତାକୁ ବ୍ୟବହାର କରି କରୋନା ମହାମାରୀ ସମୟରେ ନିଜର ରାଜକୋଷକୁ ସୁଦୃଢ଼ କରିବାର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଶ୍ରୀ ମୋହନ ମାଝି ଦାବୀ କରିଛନ୍ତି । ଏମଏମଡିଆର ଆକ୍ଟ ଅନୁସାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପଡି ରହିଥିବା ଖଣିଜ ଦ୍ରବ୍ୟକୁ ତୁରନ୍ତ ବିକ୍ରି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝିଙ୍କ ସମେତ  ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ଯଶୀପୁର ବିଧାୟକ ଇଂ.ଗଣେଷ ରାମ୍ ଖୁଂଟିଆ ପ୍ରମୁଖ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଉପସ୍ଥିତ ଥିଲେ ।



Powered by Froala Editor

Tags bjp odisha

Related articles Odisha News Lens 4.1

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13681
    Sep 20, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14414
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13638
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14580
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15232
    Sep 21, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14559
    Sep 21, 2026
  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
    ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    13754
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13595
    Sep 21, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14364
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14364
    Sep 21, 2026
  • ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14414
    Sep 21, 2026
  • ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15232
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17111
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17798
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18182
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14559
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14424
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14677
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16302
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14826
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15606
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15364
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14656
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14331
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13595
    Sep 21, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14559
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13638
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In