ଏହି ହସ୍ପିଟାଲ ନାମରେ ବଡ଼ ଅଭିଯୋଗ ଆଣିଲେ ସମ୍ବିତ ରାଉତରାୟ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ । ନିଜ ବାପାଙ୍କ ଅବସ୍ଥା ସଂକଟାପନ୍ନ ଦେଇ ସମ୍ବିତ କ୍ୟାପିଟାଲ ହସ୍ପିଟାଲକୁ ଦାୟୀ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ବାପାଙ୍କ ଏଭଳି ଅବସ୍ଥା ହେଲା ବୋଲି ସେ ଅଭିଯୋଗ କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ ଗତ ୧୮ ତାରିଖ ରାତିରେ ବାପାଙ୍କୁ ହାର୍ଟଆଟାକ ହୋଇଥିଲା । ଆମେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲୁ । ରାତି ୩ଟାରେ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ତେବେ ସେଠାରେ ବାରମ୍ବାର କହିବା ସତ୍ତ୍ୱେ ସେଠାରେ କେହି ସିପିଆର ଦେଲେନି । ବାଧ୍ୟ ହୋଇ ସେଠାରୁ ବାପାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଆଣିଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି । ତେବେ ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପ୍ରକାଶ ଯେ ହୃଦଘାତ ପରେ ବ୍ରେନ ଡେଡ୍ରେ ଗୁରୁତର ହେବା କାରଣରୁୁ ଗୁରୁତର ଅବସ୍ଥାରେ ଦାମୋଦର ରାଉତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି । ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିବା ଦାମୋଦରଙ୍କୁ ଗତ ୧୮ ତାରିଖରେ ହୃଦଘାତ ହୋଇଥିଲା । ତେବେ ଏହା ପରେ ଦାମୋଦରଙ୍କର ବ୍ରେନ ଡେଡ ହୋଇଥିବା ଜଣାପଡିଛି । ଗତ ବର୍ଷ ଡିସେମ୍ବର ମାସରେ ବୟସାଧିକ କାରଣରୁ ଦାମୋଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ତେବେ ସେ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଥିବା ବେଳେ ଘରକୁ ଫେରିଥିଲେ । କିନ୍ତୁ ତାଙ୍କର ଡାଇଲୋସିସ ଚାଲୁଥିଲା । ତେବେ ବର୍ତ୍ତମାନ ବ୍ରେଡ ଡେଡ୍ରେ ପୀଡିତ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ ।
Powered by Froala Editor