ପଥରରେ ଛେଚି ଯୁବକଙ୍କୁ ହତ୍ୟା
ଖୋର୍ଦ୍ଧା: ଖୋର୍ଦ୍ଧା ସହରଠାରୁ ୮ କିମି ଦୂର କେରଙ୍ଗ ରାସ୍ତାର ଠାକୁରପଡ଼ା ଗାଁରେ ଜଣେ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଜଣାଯାଇଛି । ରାତି ସାଢେ଼ ଆଠଟା ବେଳେ ଏହି ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକ ଖୋର୍ଦ୍ଧା ଟାଉନ ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ସେଠାରେ ପୁଲିସ ପହଞ୍ଚି ରାସ୍ତାକଡ଼ରେ ପଡ଼ିଥିବା ଯୁବକଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସାଳୟ ଆସିବା ପୂର୍ବରୁ ହିଁ ମୃତୁ୍ୟ ଘଟିଥିବା କହିଥିଲେ । ଏହା ପରେ ଏସଡିପିଓ ସୁଶୀଲ କୁମାର ମିଶ୍ର ନିଜର ଟିକମ ନେଇ ରାତି ୧୦ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଯୁବକ ଜଣକ ଠାକୁରପଡ଼ା ନୂଆ ସାହିର ଯୁଗଳ ସାହୁଙ୍କ ପୁଅ ଉମାକାନ୍ତ ସାହୁ ( ୪୫) ବୋଲି ଚିହ୍ନଟ କରାଯାଇଛି । ଅପରପକ୍ଷରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାରୁ ମୃତୁ୍ୟର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ଏ ସମ୍ପର୍କରେ ଏସପି ରାଜକିଶୋର ଦୋରା କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ଗ୍ରାମର ନୃସିଂହ ସାହୁ ଓ ତାଙ୍କ ପରିବାରର ହାତ ଥିବା ସନେ୍ଦହ କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ।
Powered by Froala Editor