କେଉଁ ଜିଲ୍ଲାରେ କ’ଣ ଖୋଲା ହେବ ଜାଣନ୍ତୁ
ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଶାର ଜିଲ୍ଲାକୁ ୨ଟି ଭାଗରେ ବିଭକ୍ତ କରିଛନ୍ତି । ୫ ପ୍ରତିଶତରୁ କମ ସଂକ୍ରମଣ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି । ଅଭିଭକ୍ତ ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଅଭିଭକ୍ତ କରୋପୁଟ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ରଖାଯାଇଛି । ଏସବୁ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । କେବଳ ମଲ, ଜିମ, ସେଲୁନ ଓ ସ୍ପା ଆଦି ପୂର୍ବପରି ବନ୍ଦ ରହିବ । ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ ବୋଲି ଘୋଷଣା କରାଯାଇଛି ।
ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିଛି । ଯାହାକୁ ଦୃଷ୍ଟିରେ ରାଜ୍ୟରେ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି । ଆସନ୍ତାକାଲି ସକାଳ ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor