ଝିଅଙ୍କ ପାଇଁ ସିଗାରେଟ୍ ଛାଡ଼ି ଦେଇଛନ୍ତି ସାହିଦ, ରଣବୀର
କବୀର ସିଂ ହେଉକି ଆନିମଲ । ଏହି ଦୁଇଟି ଫିଲ୍ମରେ ସାହିଦ କପୁର ଓ ରଣବୀର କପୁର ସିଗାରେଟ ଟାଣୁଥିବାର ଦର୍ଶକ ଦେଖିଛନ୍ତି । କବୀର ସିଂରେ ତ ସାହିଦ କପୁର ୨ଟି ସିଗାରେଟ ଏକାଥରରେ ଟାଣିଥିଲେ । ହେଲେ ଆପଣ ଜାଣିନଥିବେ ଦୁଇ ଅଭିନେତା ରିଅଲ ଲାଇଫରେ ସିଗାରେଟ ଛାଡି ଦେଇଛନ୍ତି । କେବଳ ନିଜ ଝିଅଙ୍କ ପାଇଁ ଏମାନେ ସିଗାରେଟକୁ ହାତ ଲଗାଉନାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।
ନିକଟରେ ସାହିଦ ଅଭିନେତ୍ରୀ ନେହା ଧୁପିଆଙ୍କ ସୋ' 'ନୋ ଫିଲ୍ଟର ନେହା'ରେ କଥା ହୋଇ କହିଛନ୍ତି ଯେ ସେ ତାଙ୍କ ଝିଅ ମିଶାଙ୍କ ପାଇଁ ଏହି ବଦଭ୍ୟାସକୁ ପରିତ୍ୟାଗ କରିଛନ୍ତି। ସାହିଦ ତାଙ୍କ ଝିଅ ସମ୍ମୁଖରେ କେବେ ବି ଧୂମପାନ କରନ୍ତି ନାହିଁ। ଯେତେବେଳେ ବି ସେ ଧୁମପାନ କରୁଥିଲେ, ଲୁଚି କରି କରୁଥିଲେ। ହେଲେ ଦିନେ ତାଙ୍କୁ ଅନୁଭବ ହେଲା ଯେ ଏପରି ଲୁଚି ଲୁଚି ସେ ସବୁବେଳେ ଧୂମପାନ କରିପାରିବେ ନାହିଁ। ସେହି କାରଣରୁ ସାହିଦ 'ସିଗାରେଟ୍'କୁ ସବୁଦିନ ପାଇଁ ତ୍ୟାଗ କରିଦେଲେ।
ନିଜ ପିଲା ପାଇଁ ରଣବୀର କପୁରଙ୍କ ବି ଧୁମପାନ ଛାଡ଼ିଛନ୍ତି । 'ଆନିମଲ୍' ଫିଲ୍ମ ପୋଷ୍ଟ୍ରେ ରଣବୀରଙ୍କ ହାତରେ ସିଗାରେଟ୍ ଅଛି। ହେଲେ ବାସ୍ତବ ଜୀବନରେ ସେ ସିଗାରେଟ୍ ଛାଡ଼ି ସାରିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ରଣବୀର ନିଜର ପ୍ରଶଂସକଙ୍କୁ କହିଛନ୍ତି କି ନିଜ ଝିଅ ରାହା ପାଇଁ ସେ ସିଗାରେଟ୍ ଟାଣିବା ଛାଡ଼ି ଦେଇଛନ୍ତି।
Powered by Froala Editor