ବନ୍ୟପ୍ରାଣୀଙ୍କ ସହ ଫଟୋ ଉଠାଇ ପୋଷ୍ଟ କଲେ ସାବଧାନ! ଯିବେ ୭ ବର୍ଷ ଜେଲ୍
ଏବେ ପ୍ରାୟତଃ ସମସ୍ତେ ସୋସିଆଲ ମିଡିଆ ପ୍ରେମୀ ହୋଇଗଲେଣି । ନୂଆ ନୂଆ ଫଟୋ ଅପଲୋଡ କରିବା ଚକ୍କରରେ ପଶୁପକ୍ଷୀ କିମ୍ବା ବନ୍ୟ ଜନ୍ତୁଙ୍କୁ ବି ଛାଡୁନାହାନ୍ତି । ଏପରି କଲେ ଉଭୟ ବନ୍ୟପ୍ରାଣୀ ଓ ମଣିଷ ପ୍ରତି ବିପଦ ଦେଖାଦେଉଛି । ଯେଉଁଥିପାଇଁ ବନବିଭାଗ ନୂଆ ନିୟମ କରିଛନ୍ତି । ଏଣିକି ସୋସିଆଲ ମିଡିଆରେ ସଂରକ୍ଷିତ ବନ୍ୟପ୍ରାଣୀ (ଜୀବିତ, ମୃତ ବା ଅଙ୍ଗପ୍ରତ୍ୟଙ୍ଗ)ଙ୍କ ସହିତ ଫଟୋ ଉଠାଇ ପୋଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏଭଳି ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡ଼ିଶା ପିସିସିଏଫ୍(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ ଆଦେଶ ଜାରି କରିଛନ୍ତି। ଶୁକ୍ରବାର ଏ ନେଇ ରାଜ୍ୟ ବନ୍ୟପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ, ଶିମିଳିପାଳ ଏବଂ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି।
ଏହା ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଧାରା ୯ର ଉଲ୍ଲଂଘନ ହେଉଛି। ସେହିପରି ବନ୍ୟପ୍ରାଣୀଙ୍କ ମୃତ ଶରୀର ବା ଅଙ୍ଗପ୍ରତ୍ୟଙ୍ଗ ସହିତ ଫଟୋ/ଭିଡିଓ କଲେ ଧାରା ୩୯ର ଅବମାନନା କରାଯାଉଛି। ଏଥିପାଇଁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି।
Powered by Froala Editor