୧୫କେଜି ଗଞ୍ଜେଇ ସହ ବାଇକ ଜବତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ସମୟରେ ପୋଲିସ ୨ଜଣଙ୍କୁ କାବୁ କରିଛି। ପ୍ରାୟ ୧୫କେଜି ଓଜନର ଗଞ୍ଜେଇ ସହ ଏକ ବାଇକ ଜବତ କରାଯାଇଛି।
ତେନ୍ତୁଳିଖୁଣ୍ଟି ପୋଲିସ ଗତକାଲି ରାତି ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ ବରିଗୁଡା ନିକଟରୁ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ଏହା ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଉଛି।
Powered by Froala Editor