ଆଜି ନବୀନ ନିବାସରେ ବସିବ ଜରୁରୀ ବୈଠକ
ଭୁବନେଶ୍ୱର: ବିଜେପି-ବିଜେଡି ମେଣ୍ଟକୁ ଜାରି ରହିଛି ସସପେନ୍ସ। ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ମେଣ୍ଟ ନେଇ ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବା ନେଇ ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସଂପର୍କରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି। ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଛି। ବିଭିନ୍ନ ଜିଲ୍ଲାର ପର୍ୟ୍ୟବେକ୍ଷକ ମାନଙ୍କୁ ମଧ୍ୟ ଏଥିରେ ଡକାଯାଇଥିବା ସୂଚନା ରହିଛି।
ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା। ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲା ବିଜେଡି।
ଅନ୍ୟପକ୍ଷରେ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ପରେ ନିଜ ଟିମ୍ ସହ ଆଜି ସକାଳେ ଓଡ଼ିଶା ଫେରିଛନ୍ତି। କିନ୍ତୁ ସେ ସିଧାସଳଖ ମେଣ୍ଟ ସମ୍ପର୍କରେ କିଛି କହି ନାହାନ୍ତି। ମେଣ୍ଟକୁ ନେଇ ମାପିଚୁପି ମତ ରଖୁଛନ୍ତି। ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, 'ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ । ଆମେ ସବୁ ବିଷୟରେ ଆଲୋଚନା କରୁଛୁ।
Powered by Froala Editor