ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରେଳ ଲାଇନ କରାଯିବ । ଏଥିପାଇଁ ୬୩୦ କୋଟି ୬୫ ଲକ୍ଷ ଟଙ୍କାର ବ୍ୟୟ ଆକଳନ କରାଯାଇଛି । ୬ଟି ଷ୍ଟେସନ ନିର୍ମାଣ ହେବାକୁ ଥିବାବେଳେ ୩ ବର୍ଷରେ କାମ ଶେଷ କରିବାକୁ ଟାର୍ଗେଟ ରଖାଯାଇଛି । ତେବେ ଟେଣ୍ଡର ପାଇଁ ପ୍ରି-ବିଡ ବୈଠକ ଆସନ୍ତା ୧୯ ତାରିଖ ବସିବ ବୋଲି ଜଣାଯାଇଛି ।
ନୂଆ ପରିକଳ୍ପନା ଅନୁସାରେ, ରାସ୍ତାରୁ ପ୍ରାୟ ୮ ମିଟର (ପ୍ରାୟ ୨୬.୨୪ ଫୁଟ୍) ଉପରେ ରହିବ ଫ୍ଲାଏଓଭର । ତା’ ଉପରେ ଯିବ ମେଟ୍ରୋ । ମାଟିରୁ ୧୪ ମିଟର ଉପରେ (ପ୍ରାୟ ୪୬ ଫୁଟ) ମେଟ୍ରୋ ରେଳ ପଥ ରହିବ । ଏସବୁ ଦିଗକୁ ଲକ୍ଷ୍ୟ କରି ମେଟ୍ରୋ ପାଇଁ ଡିପିଆର୍ରେ ପ୍ରସ୍ତୁତ କରାଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ରେଳ ପଥ ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇଛି।
ଅପରପକ୍ଷରେ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ୟ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୁଳିଆ ଛକରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ୟ୍ୟନ୍ତ ୨୬ କିଲୋମିଟର ମେଟ୍ରୋ ପଥ ପ୍ରାୟତଃ ମେଡିଆନ୍ ଉପରେ ନିର୍ମାଣ ହେବ । ପ୍ରିକାଷ୍ଟ ଟେକ୍ନୋଲୋଜିରେ ନିର୍ମାଣ କାର୍ୟ୍ୟ କରାଯିବ ।
Powered by Froala Editor