ପଶ୍ଚିମବଙ୍ଗରୁ ବିଜେପି ପ୍ରାର୍ଥୀ ହେବେ ଏହି କ୍ରିକେଟର !

ନିର୍ବାଚନୀ ହାୱା ଯେତିକି ବଢୁଛି ସେତିକି ରୋଚକ ଖବର ଶୁଣିବାକୁ ମିଳୁଛି । ଏବେ ଖେଳ ପଡିଆରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ କ୍ରିକେଟର ମହମ୍ମଦ ଶାମି । ମହମ୍ମଦ ଶାମିଙ୍କୁ ବିଜେପି ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ତରଫରୁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ନିକଟରେ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର ହୋଇଛି। ସେଥିପାଇଁ ସେ ଲଣ୍ଡନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ନିର୍ବାଚନ ଲଢ଼ିବା ପାଇଁ ବିଜେପି ପକ୍ଷରୁ ମହମ୍ମଦ ଶାମିଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଯାଏ ଶାମି କିଛି ନିଷ୍ପତ୍ତି ନେଇ ନାହାନ୍ତି।
Powered by Froala Editor