ଆଜି କ୍ୟାବିନେଟ ବୈଠକ
ଭୁବନେଶ୍ବର: ଶନିବାର ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ସ୍ବାସ୍ଥ୍ୟ, ରାଜସ୍ବ, ସାଧାରଣ ପ୍ରଶାସନ ଭଳି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ।
ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହାପୂର୍ବରୁ ଓଡ଼ିଶାର ସବୁ ବର୍ଗଙ୍କ ବିକାଶକୁ ଗୁରୁତ୍ବ ଦେଇ ବହୁ ଯୋଜନା କରାଯିବ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସରକାର ନେଇପାରନ୍ତି ବୋଲି କୁହାଯାଉଛି ।
Powered by Froala Editor