କାର୍ ସହ ବସ୍ର ମୁହାଁମୁହିଁ ଧକ୍କା, ୫ ମୃତ
ନୂଆଦିଲ୍ଲୀ: ଆଜି ଭୋରରୁ ଏକ କାର୍ ସହ ଏକ ବସ୍ର ମୁହାଁମୁହିଁ ଧକ୍କା ହେବାକୁ ଘଟଣାସ୍ଥଳରେ ଚାଲିଯାଇଛି ୫ ଜୀବନ । ଏହି ଦୁର୍ଘଟଣା ହରିୟାଣାର ରେବାଡି- ମହେନ୍ଦ୍ରଗଡ଼ ରୋଡରେ ଥିବା ସିହା ଗାଁ ନିକଟରେ ଘଟିଛି। ମୃତକମାନେ ଚାଙ୍ଗରୋଡ ଗାଁର ବୋଲି ଜଣାଯାଇଛି।
ଗତ ରାତିରେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଚାଙ୍ଗରୋଡ ଗାଁ କିଛି ଲୋକ ଏକ କାର୍ ଯୋଗେ ଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ନିଜ ଗାଁଠୁ ଅଳ୍ପ ଦୂରତାରେ ଥିଲେ। ଆଉ କିଛି ସମୟରେ ସମସ୍ତେ ହସଖୁସିରେ ନିଜ ନିଜ ଘରେ ପହଞ୍ଚି ଯାଇଥାନ୍ତା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା। ଏହି ସମୟରେ ସିହା ଗାଁ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ କାର୍ଟିକୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି।
Powered by Froala Editor