ପୋଖରୀରେ ବୁଡ଼ିଗଲେ ୨ ପଞ୍ଚମ ଶ୍ରେଣୀ ଛାତ୍ର
ଦୋବଲ: ଭଦ୍ରକ ଜିଲା ଧାମନଗର ବ୍ଲକ ସୀମାନ୍ତ ଭଣ୍ଡାରିପୋଖରୀ ବ୍ଲକ କୋରିଗାଁ ନାଉରିଗଡ଼ିଆରେ ମଙ୍ଗଳବାର ଘଟିଛି ଏକ ଅଘଟଣ। ପୋଖରୀରେ ବୁଡ଼ି ୨ ଜଣ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଦ୍ବୟ ଗାଁର ଅଲେଖ ବିଶ୍ବାଳଙ୍କ ପୁଅ ହେମନ୍ତ ବିଶ୍ବାଳ ଏବଂ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତ୍ତିକ ବିଶ୍ବାଳ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ରୁ ୧୨ ବର୍ଷ ହେବା ନେଇ ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁସାରେ, ହେମନ୍ତ ଓ କାର୍ତ୍ତିକ କୋଳି ଖାଇବାକୁ ଆସି ଗୋହିରାଟିକିରି ମଠ ପାଖ ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ଅସାବଧାନତା ବସତଃ ବୁଡ଼ିଯାଇ ଉଭୟଙ୍କ ମୃତ୍ୟୁ ଘଟିଛି।
Powered by Froala Editor