ଜୁଆ ଆଡ୍ଡାରେ ଚଢଉ, ୧୫ ଗିରଫ
ଝାରସୁଗୁଡା: ଆକ୍ସନ ମୋଡରେ ଝାରସୁଗୁଡା ପୁଲିସ୍। ଜୁଆ ଆଡ୍ଡାରେ ଚଢଉ କରି ପୁଲିସ୍ ୧୫ ଜଣଙ୍କୁ ଗିରଫ କରିଛି। ସୂନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ପୁରୁଣା ବସ୍ତିରେ ଜୁଆ ଆଡ୍ଡା ଚାଲୁଥିଲା। ଟାଉନ୍ ଥାନା ପୁଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ପୁଲିସ୍ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବାବେଳେ ୧୫ ଜୁଆଡିଙ୍କୁ ଗିରଫ କରିଛି। ୧୫ରୁ ଅଧିକ ବାଇକ୍ ଏବଂ ୫ରୁ ଅଧିକ ବାଇକ୍ ମଧ୍ୟ ପୁଲିସ୍ ଜବତ କରିଥିବାବେଳେ ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି , ସେ ନେଇ ଖୋଳତାଡ ଜାରି ରଖିଛି।
Powered by Froala Editor