ବଡ ଝଟକା, ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ବଡ ଝଟକା। କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ। ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟରେ ଏହି ଅଭିଯୋଗ ପ୍ରମାଣିତ ହୋଇଛି। କୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ଦେଇନଥିବା ଏବଂ ଅନେକ ତଥ୍ୟ ଲୁଚାଇଥିବା ନେଇ କୋର୍ଟ କହିଛନ୍ତି। ମିଥ୍ୟା ସତ୍ୟପାଠ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Powered by Froala Editor