ଶ୍ରୀମନ୍ଦିରରେ ପଶିଲେ ବାଂଲାଦେଶୀ, ୯ ଅଟକ
ପୁରୀ ଶ୍ରୀମନ୍ଦିରରେ ୪ ଜଣ ଅଣହିନ୍ଦୁ ପ୍ରବେଶ କରିଥିବା ସୂଚନା ମିଳିଛି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୪ ଜଣଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି। ସିଂହଦ୍ୱାର ଥାନା ପୁଲିସ ସେମାନଙ୍କଠାରୁ ବାଂଲାଦେଶୀ ପାସ୍ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ରବିବାର ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ। ବାକି ୪ ଜଣ ଅଣ ହିନ୍ଦୁ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିବାବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି।
ଅଟକ ଥିବା ୯ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ହିନ୍ଦୁ। ତା’ ନାଁ ହେଉଛି ଦିଲ୍ଲୀପ କୁମାର ସାହ। ତାଙ୍କ ସାଙ୍ଗରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ମଧ୍ୟ ଯାଞ୍ଚ କରୁଛି।
Powered by Froala Editor