ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଦେଲେ ମହିଳା

ଜଣେ ବିବାହିତ ମହିଳା ଲିଭ୍-ଇନ୍ରେ ରହୁଥିଲେ । ସେ ନିଜ ସମ୍ପର୍କକୁ ସମସ୍ତଙ୍କ ନଜରରୁ ଲୁଚେଇ ରଖିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପାର୍ଟନର ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଛାଡିଦେବାରୁ ନିଆଁ ବାଣ ହୋଇଯାଇଥିଲେ ମହିଳା । ରାଗରେ ଏକାଧିକ ଥର ଛୁରୀ ଭୁସି ତାଙ୍କୁ ହତ୍ୟା କରିଦେଲେ । ଏଭଳି ଘଟଣା ଘଟିଛି କୋଲକାତାରେ । ମୃତକଙ୍କ ନାମ ୩୨ବର୍ଷୀୟ ସାର୍ଥକ ଦାସ ଥିବା ବେଳେ ଅଭିଯୁକ୍ତ ମହିଳାଙ୍କ ନାମ ସଂହତି ପୌଲ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ସଂହତି ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଛାଡ଼ପତ୍ର ପରେ ସଂହତି ଫଟୋଗ୍ରାଫର ସାର୍ଥକଙ୍କ ସହ ‘ଲିଭ୍-ଇନ୍’ରେ ରହୁଥିଲେ। କିଛି ଦିନ ତଳେ ସାର୍ଥକ, ସଂହତିଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ନିଜର ପତ୍ନୀ ବୋଲି କହିଥିଲେ। ଏହା ଦେଖି ସଂହତି ରାଗି ଯାଇଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ରାଗରେ ସଂହତି, ସାର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ଏକାଧିକ ଥର ଛୁରୀ ଭୁସି ହତ୍ୟା କରିବା ପରେ ପୁଲିସକୁ ଫୋନ କରି ଡାକିଥିଲେ ସଂହତି। ପୁଲିସ ଘରେ ପହଞ୍ଚିବା ପରେ ସାର୍ଥକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତଳେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor